www.samajalive.in
Saturday, December 13, 2025
26.1 C
Bhubaneswar

ରାସ୍ତା ପାଇଁ ରାସ୍ତା ରୋକ

ପାରଳାଖେମୁଣ୍ଡି : ଗାଁକୁ ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ ହୋଇଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ ସିତାପୁର ଠାରେ ଏଭଳି ପରିସ୍ଥିତି ଉପୁଜିଛି । ଏହି ପଞ୍ଚାୟତର ମିନିଗାଁ ଗ୍ରାମବାସୀ ଆଜି ସକାଳୁ ପାରଳାଖେମୁଣ୍ଡି- କାଶୀନଗର ମୁଖ୍ୟରାସ୍ତାକୁ ଅବରୋଧ କରି ଧାରଣାରେ ବସିଛନ୍ତି । ଆଜି ଏହି ରାସ୍ତା ଦେଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଅଭିଯୋଗ ଶୁଣାଣୀ କରିବାକୁ କାଶୀନଗର ଯାଉଥିବା ବେଳେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ବାଟ ଓଗାଳି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ । ଖବର ପାଇ ଏସପି ସ୍ଵାତୀ କୁମାର ଓ ଅନ୍ୟ ପୁଲିସ ଅଧିକାରୀ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି । ଆସନ୍ତା କାଲି ଠାରୁ ନୂତନ ରାସ୍ତା ପାଇଁ ମାପଚୁପ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ କହିବା ପରେ ମଧ୍ୟ ଆନ୍ଦୋଳନ ଜାରି ରହିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories