www.samajalive.in
Sunday, December 14, 2025
26.1 C
Bhubaneswar

ବର୍ଷାରେ ଡୁବିଲା ମୀନାବଜାର, ପଡିଆରୁ ହୋଇପାରୁନି ଜଳ ନିଷ୍କାସନ, ବ୍ୟବସାୟୀଙ୍କ  କ୍ଷତି

ବୌଦ୍ଧ  : ମୌସୁମୀ ବର୍ଷା ବୌଦ୍ଧରେ ଗଣପର୍ବ ରଥଯାତ୍ରାର ମାହୋଲକୁ ସଂପୁର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିବା ଦେଖିବାକୁ ମିଳିଛି। ରଥଯାତ୍ରାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କ ଅବତାରୀ ବେଶ ଦର୍ଶନ ସହିତ ସାଧାରଣ ଦର୍ଶକଙ୍କ ପାଇଁ ମୀନାବଜାର ଏକ ମୁଖ୍ୟ ଆକର୍ଷଣ ହୋଇଥାଏ । ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ପରିବାର ସହ ମୀନାବଜାର ବୁଲିବା ସହିତ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ କିଣିବା, ଝୁଲା ଝୁଲିବା ଓ ଚଟପଟି ଖାଦ୍ୟସାମଗ୍ରୀ ଖାଇ ସମୟ ଉପଭୋଗ କରିଥାନ୍ତି। ଏହାବ୍ୟତୀତ ମୀନାବଜାରରୁ ମିଳୁଥିବା ଲକ୍ଷ ଲକ୍ଷ ଟଙ୍କା ଠାକୁରମାନଙ୍କ ରଥଯାତ୍ରା ଆୟୋଜନ ପାଇଁ ଖର୍ଚ୍ଚ କରାଯାଇଥାଏ । କିନ୍ତୁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଷ୍ଟାଡିୟମ ପଡିଆ ବଦଳରେ କଚେରୀ ଖେଳପଡିଆଠାରେ ମୀନାବଜାର ପକାଇବାକୁ ଅନୁମତି ଦିଆଯାଇଥିଲା। ସରକାରୀ ନିତି ନିୟମ ମୁତାବକ ଟେଣ୍ଡର ଜରିଆରେ ମୀନାବଜାର ପଡିଥିଲେ ମଧ୍ୟ ପଡିଆ ମଧ୍ୟରେ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ଯୋଗାଇ ଦିଆଯାଇନଥିଲା। କଚେରୀ ଖେଳପଡିଆ ଚାରିପଟେ ଡ୍ରେନ ନିର୍ମାଣ ପାଇଁ ନୂତନ ଭାବରେ ମାଟି ପକାଯାଇଥିବାବେଳେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଦୁଇଦିନ ହେଲା ପ୍ରାକ୍ ମୌସୁମୀ ଲଗାଣବର୍ଷାରେ ମୀନାବଜାର ପଡିଥିବା କଚେରୀ ଖେଳପଡିଆରେ ସଂପୁର୍ଣ୍ଣ ଭାବରେ ପାଣିଭର୍ତ୍ତି ହୋଇଯାଇଥିବା ଦେଖିବାକୁ ମିଳିଛି।

ମୀନାବଜାର ଷ୍ଟଲ ଗୁଡିକ ମଧ୍ୟରେ ଆଣ୍ଠୁଏ ଲେଖାଏଁ ବର୍ଷାଜଳ ଜମି ରହିଥିବାବେଳେ ବ୍ୟବସାୟୀମାନଙ୍କ ଅନେକ ସାମଗ୍ରୀ ଭିଜି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ମୀନାବଜାର ସର୍ବୋଚ୍ଚ ଚଢାଦରରେ ନିଲାମ ହୋଇଥିବାବେଳେ ଲଗାଣବର୍ଷା ଆୟୋଜକ ଓ ବ୍ୟବସାୟୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅନ୍ୟପଟେ ଜିଲାପ୍ରଶାସନ ଟେଣ୍ଡର ଜରିଆରେ ଚଢାଦର କରି କେବଳ ପଡିଆ ଦେଖାଇ ବାକି ସବୁ ଦାୟିତ୍ୱ ଆୟୋଜକଙ୍କ ଉପରକୁ ଠେଲି ଦେଇଥିବା ଅଭିଯୋଗ ହେଉଅଛି। ଏନଏସି ପକ୍ଷରୁ ସୂଚନା ଦିଆଯିବା ପରେ ଦିନ ତମାମ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପମ୍ପ ଦ୍ୱାରା ବର୍ଷାଜଳ ନିଷ୍କସାନ ପାଇଁ ଲାଗିଥିଲେ ମଧ୍ୟ ପଡିଆରୁ ସଂପୁର୍ଣ୍ଣ ଜଳ ନିଷ୍କାସନ ହୋଇପାରୁନାହିଁ । ପଡିଆ ମଧ୍ୟରେ ଡ୍ରେନ ନିର୍ମାଣ ପାଇଁ ବାଲି ମେଟାଲ ଆଦି ପଡି ରହିଥିବାବେଳେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ସୁବିଧା ନାହିଁ। କେବଳ ବର୍ଷାଜଳର ସମସ୍ୟା ନୁହେଁ ପଡିଆ ମଧ୍ୟରେ ନୂଆ ମାଟି ପକାଯାଇଥିବା ଯୋଗୁଁ କାଦୁଅ ହୋଇ ସଂପୁର୍ଣ୍ଣ ମୀନାବଜାର ପଡିଆରେ ବିପଦଜନକ ଅବସ୍ଥା ସୃଷ୍ଟି ହୋଇଛି। ବ୍ୟବସାୟ ପାଇଁ ମୋଟା ଅର୍ଥ ଦେଉଥିଲେ ମଧ୍ୟ ମୀନାବଜାର ପାଇଁ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଡିଆ କିମ୍ବା କୌଣସି ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଉନଥିବାରୁ ବ୍ୟବସାୟୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହିଭଳି ପରିସ୍ଥିତି ଲାଗି ରହିଲେ ଆଗାମୀ ବର୍ଷରେ ବୌଦ୍ଧ ରଥଯାତ୍ରାକୁ ଆଉ କୌଣସି ମୀନାବଜାର ବ୍ୟବସାୟ କରିବାକୁ ଆସିବେ ନାହିଁ ବୋଲି କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ମୀନାବଜାର ବ୍ୟବସାୟୀମାନଙ୍କ ସମସ୍ୟାର ସମାଧାନ କରାଯିବାକୁ ସେମାନେ ଦାବି କରିଛନ୍ତି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories