ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ଦଶାବତାର ବେଶ
ହରଭଙ୍ଗା : ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର (ଚାରିଛକ) ସ୍ଥିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନାଵଦିନାତ୍ମକ ଘୋଷଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ନନ୍ଦୀଘୋଷ ରଥାରୂଢ଼ ହୋଇ ଚାରିଛକ ସ୍ଥିତ ଦୁର୍ଗାମଣ୍ଡପରେ ପ୍ରସ୍ତୁତ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ଆଡ଼ପମଣ୍ଡପରେ ବିଜେକରି ପ୍ରତିଦିନ ନୂତନ ନୂତନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ପ୍ରତି ସନ୍ଧ୍ୟାରେ ପ୍ରଭୁଙ୍କ ନୂତନ ବେଶସମ୍ଭାର ଦର୍ଶନ ଓ ସାସ୍କୃତିକ କାଯ୍ୟକ୍ରମ ଦେଖିବା ପାଇଁ ବିପୁଳ ଜନସମାଗମ ହେଉଅଛି । କ୍ରମାନୟରେ ମହାପ୍ରଭୁ ରାଜରାଜଧିଶ୍ୱର ବେଶ, ବଡ଼ସିଂହାର ବେଶ, ମସ୍ୟ ଓ କଛପ ବେଶ,ବରାହ ଓ ନୃସିଂହ ବେଶ,ବାମନ ଓ ପର୍ଶୁରାମ ବେଶ, ରାମ ଓ ବଳରାମ ବେଶ, କାଳୀୟଦଲନ, କାଞ୍ଚି ଅଭିଯାନ ବେଶ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇ ମନମହୁଛନ୍ତି।
ଆଜି ମହାପ୍ରଭୁ ରାମ ଓ ବଳରାମ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସେହିପରି ଗୁରୁକୃପା ଭଜନ ସନ୍ଧ୍ୟା ଗୃପ,ଭୁବନେଶ୍ୱର ,ଭଜନ ଗୃପ, ଆଡେଣିଗଡ଼,ଠିଡିକାଯୋର, ଲାଣ୍ଡରେଯୋର, ଦାଶକାଠିଆ, ପ୍ରବଚନ ଆଦି ପ୍ରତିଦିନ ସନ୍ଧ୍ୟାରେ ପରିବେଶଣ କରାଯାଉଅଛି। ବେଶସମ୍ଭାର କାଯ୍ୟ ସେବକ ବମେଦେବ ଦାଶ,ରୀତିନୀତି ପୂଜକ ଅସିତ ମହାରାଜ, ସଂକୃତିକ କାଯ୍ୟକ୍ରମ ସୁରେଶ ବେହେରା ,ହରିଶଙ୍କର ସାହୁ ,ଓ ସିକନ ନାୟକ, ପ୍ରସାଦ ପ୍ରସ୍ତୁତି ରେ ପୁରୀର ସୁଆରବଡୁ ,ସିକନ ନାୟକ ,ଶାଶ୍ୱତ ଦାଶ ପ୍ରମୁଖ ସହଯୋଗ କରି ସମସ୍ତ କାଯ୍ୟକୁ ସୁଚାରରୂପେ ପରିଚାଳନା କରୁଛନ୍ତି ।
Comments are closed.