www.samajalive.in
Sunday, December 14, 2025
26.1 C
Bhubaneswar

କାଠ ଚୁଲିରୁ ନିଆଁ ଲାଗି ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଚାନ୍ଦିପୁଟ: ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତର ବାରିଆବନ୍ଧ ଗ୍ରାମରେ ଗତ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇଟି ଘର ଛାରଖାର ହୋଇଯାଇଛି। ବାରିଆବନ୍ଧ ଗ୍ରାମର ମାସିଆ ଶବର ଓ କନ୍ଧ ଶବର ଦୁଇ ପରିବାର ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଲକ୍ଷାଧିକ ଟଙ୍କା ର ସମ୍ପତି ଜଳିପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ପ୍ରକାରେ ଗତକାଲି ବିଳମ୍ବିତ ରାତି ବାରିଆବନ୍ଧ ଗ୍ରାମର ମାସିଆ ଶବର ଓ କନ୍ଧ ଶବର ଙ୍କ ପରିବାର ଲୋକେ ଖାଇସାରି ଶୋଇବା ପରେ କାଠ ଚୁଲିରୁ ନିଆଁ ଲାଗି ଚାଳ ଘରେ ଲାଗିଯାଇଥିଲା। ପରିବାର ଲୋକେ ନିଆଁ ଲାଗିବା ଜାଣି ସଙ୍ଗେ ସଙ୍ଗେ ବାହାରକୁ ଆସିବା ସହ ସହାୟତା ପାଇଁ ଡାକ ପକାଇଥିଲେ। ସେମାନଙ୍କ ଡାକ ଶୁଣିରେ ତୁରନ୍ତ ପହଞ୍ଚି ଗ୍ରାମବାସୀ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିଆଁ ବ୍ୟାପିବାରେ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ମୋହନା ଅଗ୍ନିଶମ ବିଭାଗୀୟ କର୍ମଚାରୀ ସଦଳବଳେ ପହଞ୍ଚି ନିଆଁକୁ ଲିଭାଇଥିଲେ।

- Advertisement -

ମାସିଆ ଶବର ନିଜ ବାଡରୁ କାଜୁ ସଂଗ୍ରହ କରି ବିକିବା ଉଦ୍ଧେଶ୍ୟରେ ନିଜ ଘରେ ରଖିଥିଲେ। ଯାହାଫଳରେ ନିଆଁ ଲାଗି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। ତେବେ ଶୋଇବା ପୂର୍ବରୁ ବ୍ୟବହୃତ କାଠ ଚୁଲିକୁ ଠିକରେ ଲିଭାଇନଥିଲେ। ତେଣୁ କାଠ ଚୁଲିର ନିଆଁ ଚାଳଛପରକୁ ଲାଗି ଯାଇଥିଲା। ଫଳରେ ଦୁଇ ବଖର ଘର ପୋଡ଼ି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସହ ନଷ୍ଟ ହୋଇଯାଇଥିଲା। ଘର ପୋଡ଼ି ସମ୍ପତ୍ତିର ଆକଳନ ମୂଲ୍ୟ ପ୍ରାୟ ଅଢେ଼ଇ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କ୍ଷତିଗ୍ରସ୍ତ ପରିବାର ଲୋକେ କହିଛନ୍ତି। ଘଟଣା ସ୍ଥଳରେ ବଡସିନ୍ଧବା ସରପଞ୍ଚ ପହଞ୍ଚି ଦୁଇ ନିରାଶ୍ରୟ ପରିବାରକୁ ଆପତକାଳୀନ ଅନୁକମ୍ପା ମୂଳକ ସହାୟତା ରାଶି ଏକ ହଜାର ଟଙ୍କା ଲେଖାଏଁ ଦୁଇ ପରିବାରକୁ ଦେଇଛନ୍ତି। ଅନ୍ୟପକ୍ଷରେ ଦୁଇ ଗରିବ ଅସହାୟ ପରିବାରକୁ ସରକାର କ୍ଷତିପୂରଣ ଯୋଗାଇଦେବାକୁ ଗ୍ରାମବାସୀ ପ୍ରଶାସନ ପାଖରେ ଗୁହାରି କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories