www.samajalive.in
Saturday, December 13, 2025
26.1 C
Bhubaneswar

ଏହି ଦିନ କିଣନ୍ତୁ ଗ୍ୟାସ ଚୁଲ୍ଲା ; ଆସିଥାଏ ସୁଖସମୃଦ୍ଧି

ବାସ୍ତୁ ଶାସ୍ତ୍ରର ସଭିଁଙ୍କ ଜୀବନରେ ଅନେକ ମହତ୍ତ୍ୱ ରହିଛି। ବାସ୍ତୁ ନିୟମର ପାଳନ କରିବା ଦ୍ୱାରା କର୍ମକ୍ଷେତ୍ର ଓ ବ୍ୟବସାୟରେ ସଫଳତା ମିଳିବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ମାନ୍ୟତା ରହିଛି। ଏହାସହ ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ବାସ୍ତୁ ନିୟମର ପାଳନ ନକରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ମଧ୍ୟ କଳହ ହୋଇଥାଏ। ସେହିପରି ଜିନିଷ କିଣିବା ପୂର୍ବରୁ ମଧ୍ୟ କିଛି ବାସ୍ତୁ ନିୟମର ପାଳନ କରାଯାଏ। ଜାଣନ୍ତୁ..
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ବୁଧବାର ଓ ଶନିବାର ଦିନ ଗ୍ୟାସ ଚୁଲ୍ଲା କିଣିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ପରିବାରରେ କଳହ ସ୍ଥିତି ଦେଖାଦିଏ। ବୁଧବାର ଓ ଶନିବାର ଗ୍ୟାସ ଚୁଲ୍ଲା କିଣିବା ଉଚିତ ନୁହେଁ।
ବାସ୍ତୁ ଅନୁଯାୟୀ, ରୋଷେଇ ଘରେ ଆଗ୍ନେୟ କୋଣରେ ଗ୍ୟାସ ଚୁଲ୍ଲା ରଖିବା ଶୁଭଙ୍କର। ଦକ୍ଷିଣ-ପୂର୍ବ ଦିଗରେ ରଖିପାରିବେ। ମାତ୍ର ଦକ୍ଷିଣ-ପଶ୍ଚିମ ଦିଗରେ ଗ୍ୟାସ ଚୁଲ୍ଲା ରଖନ୍ତୁ ନାହିଁ। ପଶ୍ଚିମ ଦିଗରେ ଗ୍ୟାସ ଚୁଲ୍ଲା ରଖିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ। ଉତ୍ତର-ପଶ୍ଚିମ ଦିଗରେ ରଖିପାରିବେ।
ବାସ୍ତୁ ଅନୁଯାୟୀ, ଗୁରୁବାର ଦିନ ଗ୍ୟାସ ଚୁଲ୍ଲା କିଣିବା ଶୁଭଙ୍କର। ଏହି ଦିନ ଗ୍ୟାସ ଚୁଲ୍ଲା କିଣିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧିର ଆଗମନ ହୋଇଥାଏ। ଗୁରୁବାର ରୋଷେଇ ଉପକରଣ କିଣିବା ଶୁଭଙ୍କର। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories