www.samajalive.in
Saturday, December 13, 2025
26.1 C
Bhubaneswar

ବିନା ନାଳରେ ରାସ୍ତା ନିର୍ମାଣ, ସାମାନ୍ୟ ବର୍ଷାରେ ଜଳାର୍ଣ୍ଣବ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖ

ସମ୍ବଲପୁର : ସମ୍ବଲପୁରର ଭିଆଇପି ଅଞ୍ଚଳ ରୂପେ ପରିଚିତ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜିଙ୍କ ସରକାରୀ ଆବାସ ଇତ୍ୟାଦି ଅଞ୍ଚଳର ସମ୍ମୁଖରେ ଯୋଜନାବିହୀନ ଭାବରେ ବିନା ନାଳ ନିର୍ମାଣରେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଏପ୍ରିଲ ମାସରେ କରାଯାଇଛି। ଏହି ନିର୍ମାଣର ପ୍ରଥମରୁ ହିଁ ବିନା ନାଳ ନିର୍ମାଣ କରାଯାଇ ରାସ୍ତା ନିର୍ମାଣକୁ ସହରବାସୀ ବିରୋଧ କରିଥିବା ବେଳେ ଦୈନିକ ଶତବାର୍ଷିକ ଖବରକାଗଜ ‘ସମାଜ’ ଦ୍ୱାରା ମଧ୍ୟ ବର୍ଷା ସମୟରେ ଜଳ ନିଷ୍କାସନକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ମାସାଧିକ କାଳର ପ୍ରବଳ ଗ୍ରୀଷ୍ମତାପ ପରେ ଗୁରୁବାର ରାତ୍ରିରେ ମାତ୍ର କିଛି ସମୟ ପାଇଁ ପ୍ରାକ ମୌସୁମୀ ବର୍ଷା ହୋଇଛି। ମାତ୍ର କେଇ ମିନିଟର ବର୍ଷାରେ ଏହି ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖ ସମେତ ଗୁରୁବାର ରାତ୍ରିରୁ ହୋଇଥିବା ସାମାନ୍ୟ ବର୍ଷା ଜଳ ଅଞ୍ଚଳରୁ ନିଷ୍କାସିତ ହୋଇ ନ ପାରି ଜମି ରହିଥିବାରୁ ଏବେ କୁତ୍ରିମ ବନ୍ୟା  ସୃଷ୍ଟି ହୋଇଛି।
ନଗର ଅଞ୍ଚଳର ଅନେକ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବାର ଲକ୍ଷ୍ୟ କରାଯାଉଥିବା ବେଳେ ଜିଲାପାଳ ଓ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣାଧିନ ଏହି କାର୍ଯ୍ୟ, ଯୋଜନା ବିହୀନ ଉନ୍ନୟନ କାର୍ଯ୍ୟ ଯୋଗୁଁ ସହରରେ କୁତ୍ରିମ ବନ୍ୟା ସୃଷ୍ଟି ହେଉଛି ବୋଲି ଜନତା ଅଭିଯୋଗ କରୁଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ, ବିନା ନାଳ ନିର୍ମାଣରେ ରାସ୍ତା କାର୍ଯ୍ୟ ହୋଇ ପାରିବ ନାହିଁ। କିନ୍ତୁ ସମ୍ବଲପୁର ଠାରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟ ପଟରେ ପ୍ରତି ଦିନ ଆରଡିସି, ଜିଲାପାଳ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ମାନେ ଯାତାୟାତ କରୁଥିବା ବେଳେ ଅଞ୍ଚଳର ନାଳ ନିମନ୍ତେ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ୱେ କେହି କ୍ରିୟାଶୀଳ ନ ହେବା ଏବଂ ସବୁ ଜାଣି ମଧ୍ୟ ଆଖି ବୁଜି ଦେବା ଘଟଣା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରୁଛି। ଜାଣିଶୁଣି ସରକାରୀ ଅର୍ଥକୁ ଅପଚୟ କରିବା ଏବଂ  ଏଭଳି କାର୍ଯ୍ୟକୁ ସହରବାସୀ ନାପସନ୍ଦ କରୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories