www.samajalive.in
Saturday, December 13, 2025
26.1 C
Bhubaneswar

ଶାଶୁ ହତ୍ୟା କାରୀ ଜ୍ୱାଇଁକୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ : ଶୁକ୍ରବାର ବୌଦ୍ଧ ଜିଲା ଦୌରଜଜ ବିକ୍ରମ କୁମାର ପ୍ରଧାନ ଶାଶୁଙ୍କୁ ହତ୍ୟା କରିଥିବା ମାମଲାର ବିଚାର କରି ଅଭିଯୁକ୍ତ ଜ୍ୱାଇଁକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶ ଯେ ବାଉଁଶୁଣୀ ଥାନା ତେନ୍ତୁଲିପାଲି ଗ୍ରାମର ସାନୁଜ ଖଟୁଆ ଉକ୍ତ ଥାନା ଅର୍ନ୍ତଗତ ଗୁଡପଡା ଗ୍ରାମର ବେଟିଖାଇ ସାହୁଙ୍କ ଝିଅ ସୁର୍ଯ୍ୟକାନ୍ତି ଖଟୁଆଙ୍କୁ ବିବାହ କରିଥିଲେ। ଗତ ୧୯.୧.୨୦ ତାରିଖରେ ସ୍ୱାମୀ ସାନୁଜ ସ୍ତ୍ରୀ ସୂର୍ଯ୍ୟକାନ୍ତିଙ୍କୁ ପିଟାମରା କରିବାରୁ ସୁର୍ଯ୍ୟକାନ୍ତି ଗଜରାଜପୁରରେ ରହୁଥିବା ଭଉଣୀ ସୁରୁବୁଢୀ ସାହୁ ଘରକୁ ପଲାଇଆସିଥିଲେ। ଭଉଣୀ ଘରେ ମଧ୍ୟ ମାଆ ବେଟିଖାଇ ସାହୁ ରହୁଥିଲେ।

ଗତ ୨୦.୦୧.୨୦ରେ ସାନୁଜ ଗଜରାଜପୁର ଗ୍ରାମକୁ ଆସି ସ୍ତ୍ରୀ ସୁର୍ଯ୍ୟକାନ୍ତିଙ୍କୁ ପିଟାମରା କରିବା ସହ ଶାଶୁ ବେଟିଖାଇ ସାହୁକୁ ପଥରରେ ଛେଚି ମାରିଦେଇଥିଲା। ଏନେଇ ସ୍ତ୍ରୀ ସୁର୍ଯ୍ୟକାନ୍ତି ଗତ ୨୦.୦୧.୨୦ରେ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବାଉଁଶୁଣୀ ଥାନା ପକ୍ଷରୁ ଥାନା କେସନଂ ୧୦/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା। ଏହି ଘଟଣାରେ ସାନୁଜକୁ ୨୨.୧.୨୦ରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

- Advertisement -

ମାମଲାଟି ପରବର୍ତ୍ତୀ ସମୟରେ ଜିଲା ଦୌରାଜଜଙ୍କ ଅଦାଲତରେ ଏସଟି କେସନଂ ୩୨/୨୦ ହୋଇ ବିଚାର ହୋଇଥିଲା। ସରକାରଙ୍କ ପକ୍ଷରୁ ୧୭ ଜଣ ସାକ୍ଷୀ ଓ ଅଭିଯୁକ୍ତ ପକ୍ଷରୁ ୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଦାଲତ ଶୁକ୍ରବାର ଅଭିଯୁକ୍ତ ଜ୍ୱାଇଁ ସାନୁଜ ଖଟୁଆକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି। ମାମାଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories