www.samajalive.in
Sunday, December 14, 2025
23.1 C
Bhubaneswar

ଥରେ କି ଦୁଇ ଥର ନୁହେଁ, ମୋଦୀଙ୍କ ଉଦବୋଧନ ବେଳେ ୧୫ ଥର ଛିଡ଼ାହୋଇ ସମ୍ମାନ ଜଣାଇଲେ ଆମେରିକୀୟ ସାଂସଦ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ସମ୍ବୋଧନକୁ ଆମେରିକାର ଅନେକ ସାଂସଦ ପ୍ରଶଂସା କରିଛନ୍ତି। ସେହି ଉଦବୋଧନ ସମୟରେ ପ୍ରାୟ ୧୫ ଥର ସେଠାକାର ସାଂସଦମାନେ ନିଜ ନିଜ ଆସନରେ ଛିଡା ହୋଇ ତାଳି ମାରି ମୋଦୀଙ୍କ ବକ୍ତବ୍ୟକୁ ସମର୍ଥନ କରିବା ସହ ସମ୍ମାନ ପ୍ରଦର୍ଶନ କରିଛନ୍ତି।


ଆମେରିକା କଂଗ୍ରେସ ସାଂସଦ ସେଥ୍ ମାଗାଜିନରଙ୍କ ଏକ ଟୁଇଟ୍ ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେଶର ଅଂଶୀଦାର ଗଣତାନ୍ତ୍ରିକ ମୂଲ୍ୟବୋଧ ସେମାନଙ୍କ ସମୃଦ୍ଧ ଭବିଷ୍ୟତ ଦିଗରେ ସହଯୋଗ କରିବ। ଶ୍ରୀ ମୋଦୀ ବିଶ୍ୱ ସମୁଦାୟର ହିତ ପାଇଁ ଅର୍ଥନୈତିକ ଏବଂ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କଂଗ୍ରେସ ମହିଳା ନିକୋଲ ମଲ୍ଲିକୋଟାକିସଙ୍କୁ ମଧ୍ୟ କୃତଜ୍ଞତା ଜଣାଇବା ସହ ଉଭୟ ଦେଶ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ଆର୍ଥିକ କ୍ଷେତ୍ରରେ ରଣନୀତିକ ଅଭିବୃଦ୍ଧି ପାଇଁ ଉତ୍ସାହ ପ୍ରକାଶ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories