www.samajalive.in
Saturday, December 13, 2025
26.1 C
Bhubaneswar

ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି)- ୨୦୨୩ ଆଜିଠାରୁ ଆରମ୍ଭ ହେବ। ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। କେବଳ ଜୁନ୍ ୨୮ ଓ ୩୦ରେ ପ୍ରବେଶିକା ପରୀକ୍ଷା ହେବନି। ପ୍ରବେଶିକା ପାଇଁ ଗତ ମେ’ ମାସ ୧ ତାରିଖରୁ ଆବେଦନ ଆରମ୍ଭ ହୋଇଥିଲା। ମୋଟ୍ ୧୦୬ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୨୭ ହଜାର ୩୮୩ ଆସନ ଥିବାବେଳେ ପ୍ରବେଶିକା ପରୀକ୍ଷା ନିମନ୍ତେ ୫୩,୬୪୧ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଅନଲାଇନରେ ଆବେଦନ କରିଛନ୍ତି।

ଏସଏସବି ଦ୍ୱାରା ପରୀକ୍ଷା ପରିଚାଳନା ହେବାକୁ ଥିବାବେଳେ ଜୁଲାଇ ୧୬ରେ ମାର୍କ ଓକାକକୁ ହସ୍ତାନ୍ତର କରାଯିବ। ତେବେ ଜୁଲାଇ ୮ରୁ ୧୫ ତାରିଖ ମଧ୍ୟରେ ଆବେଦନକାରୀଙ୍କ ଦ୍ବାରା ସ୍ନାତକ ମାର୍କ ଅପଡେଟ୍ କରାଯିବ। ଏହାପରେ ବିଷୟଭିତ୍ତିକ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଚଏସ ଫିଲିଂ କରିବା ପରେ ବିଭିନ୍ନ ପର୍ଯ୍ୟାୟ ପାଇଁ ଆସନ ଆବଣ୍ଟନ କରାଯିବ। ପ୍ରବେଶିକା ପରୀକ୍ଷା ଦିନକୁ ୩ଟି ସିଟିଂରେ ହେବ। ପ୍ରଥମ ସିଟିଂ ୧୦ଟାରୁ ୧୧ଟା, ଦ୍ବିତୀୟ ସିଟିଂ ସାଢ଼େ ୧୨ଟାରୁ ସାଢ଼େ ୧ଟା ଏବଂ ତୃତୀୟ ସିଟିଂରେ ଅପରାହ୍ଣ ୩ଟାରୁ ୪ଟା ପର୍ଯ୍ୟନ୍ତ ହେବ। ପ୍ରଥମ ଦିନରେ ନୃତତ୍ତ୍ବ ବିଜ୍ଞାନ, ଭୂଗୋଳ, ଏମବିଏ ବିଷୟର ପରୀକ୍ଷା ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories