www.samajalive.in
Saturday, December 13, 2025
21.1 C
Bhubaneswar

ମୁଖ୍ୟ ଚିକିତ୍ସାଳୟରୁ ବୃଦ୍ଧ ନିଖୋଜ, ଥାନାରେ ମାମଲା ରୁଜ୍ଜୁ

ଫୁଲବାଣୀ: ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଚିକିତ୍ସାଧୀନ ରୋଗୀ ନିଖୋଜ ହୋଇଥିବା ଜଣାପଡିଛି। ଏ ନେଇ ନିଖୋଜ ବୃଦ୍ଧଙ୍କ ପୁଅ ଟାଉନ ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁଯାୟୀ, ବାଲିଗୁଡା ଥାନା ବାରଖମା ଫାଣ୍ଡି ଅଞ୍ଚଳ ସିରୁବାଲି ଗ୍ରାମର ବେଡଙ୍ଗା ମଲିକ (୬୦) ଅସୁସ୍ଥ ଥିବାରୁ ଗତ ୧୯ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଂକ୍ରମଣ ବିଭାଗରେ ଭର୍ତ୍ତି ହୋଇଥିଲେ। ସେ ସେଠାରେ ୧୧୩ ନଂ ବେଡରେ ରହି ଚିକିତ୍ସିତ ହେଉଥିଲେ। ତେବେ ୨୦ ତାରିଖ ଦିନ ସେ ତାଙ୍କ ଶଯ୍ୟାରେ ନ ଥିବା ଘର ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ମେଡିକାଲ କ୍ୟାମ୍ପସ ସହ ଅନ୍ୟାନ୍ୟ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଫଳରେ ନିଖୋଜ ବୃଦ୍ଧଙ୍କ ପୁଅ ଦେବାର୍ଚ୍ଚନ ଟାଉନ ଥାନାରେ ଏନେଇ ଏତଲା ଦେଇଛନ୍ତି। ଟାଉନ ପୁଲିସ ଖୋଜାଖୋଜି କରୁଥିଲେ ବି ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନାହିଁ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories