www.samajalive.in
Sunday, December 14, 2025
26.1 C
Bhubaneswar

ଜଳ ଓ ପରିମଳ ବିଭାଗ ସଚିବଙ୍କ ହରଭଙ୍ଗା ବ୍ଲକ ପରିଦର୍ଶନ

ହରଭଙ୍ଗା: ଜଳ ଓ ପରିମଳ ବିଭାଗ ସଚିବ ନିହାର ରଞ୍ଜନ ଦାସ ଗୁରୁବାର ହରଭଙ୍ଗା ବ୍ଲକ ପରିଦର୍ଶନ କରିଛନ୍ତି। ଜଳଜୀବନ ମିଶନ ଯୋଜନାରେ ବ୍ଲକରେ ନିର୍ମାଣାଧିନ ଥିବା ବୃହତ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପର ପାଣିଘରାସ୍ଥିତ ଇନଟେକ କୂଅ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ଏଥିସହ ହରଭଙ୍ଗା ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିଥିଲେ। ଏହାପରେ ବ୍ଲକରେ ପହଞ୍ଚି ବସୁଧା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ନଳକୂପଗୁଡିକର ଅଭିଯୋଗ ରେଜିଷ୍ଟର ସାଙ୍ଗକୁ ଷ୍ଟକ ରେଜିଷ୍ଟର ଠିକଭାବେ ପରିଚାଳନା ହେଉଛି କି ନାହିଁ ସେ ବିଷୟରେ ପଚରାଉଚରା କରିଥିଲେ। ଯନ୍ତ୍ରାଂଶ ଗଚ୍ଛିତ ଗୃହ ମଧ୍ୟ ପରିଦର୍ଶନ କରିଥିଲେ। ହରଭଙ୍ଗା ଏବଂ କୁମାରୀ ଗାଁର ପାଣି ସମସ୍ୟା ଉପରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ କେଶରୀ ବେହେରା ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗଣମାଧ୍ୟମ ପ୍ରତିନିଧି ହରଭଙ୍ଗାରେ ନିର୍ମାଣଧିନ ବୃହତ ପାଇପ୍‌‌ ଜଳ ଓ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ସଠିକ୍‌‌ ତଦାରଖ ପାଇଁ ବିଡିଓଙ୍କ ନେତୃତ୍ୱରେ ଏକ କୋର କମିଟି ଗଠନ ପାଇଁ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ଉପରେ ସଚିବ ମଧ୍ୟ ରାଜି ହୋଇ ୭ଦିନିଆ ସମୀକ୍ଷା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଣି ସମସ୍ୟା ଅଂଚଳରେ ତୀକ୍ଷ୍ନ ଦୃଷ୍ଟିଦେବା ସହ ତ୍ୱରିତ କାର୍ଯ୍ୟକାରୀ କରିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଆଜି ସଚିବଙ୍କ ଗସ୍ତ ସମୟରେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ହରଭଙ୍ଗା ତହସିଲଦାର ଶିବାନୀ ଦାଶ, ବୌଦ୍ଧ ଜଳ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ଇଂ ବିଭୁପ୍ରସାଦ ପଣ୍ଡା, ଏସଡିଓ ସରୋଜ ମଣ୍ଡଳ, ବ୍ଲକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର, ବ୍ଲକ ଜଳ ଓ ପରିମଳ ଯନ୍ତ୍ରୀ ଶିବଶଙ୍କର ମଲ୍ଲିକ, ପ୍ରଦୀପ କୁମାର ଜେନା, ଜିପିଇଓ ଜତୀନ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories