www.samajalive.in
Wednesday, December 10, 2025
18.1 C
Bhubaneswar

ଜୁନ୍‌ ୨୦ରୁ ୨୦୨୪ କୋପା ଆମେରିକା ଫୁଟବଲ

ଏଜବାଷ୍ଟନ: ଦକ୍ଷିଣ ଆମେରିକୀୟ ଫୁଟବଲ ମହାସଂଘ(କନ୍‌ମିବୋଲ)ର ସମ୍ମାନଜନକ ଫୁଟବଲ ପ୍ରତିଯୋଗିତା କୋପା ଆମେରିକା କପ୍‌ ଫୁଟବଲ-୨୦୨୪ ତାରିଖ ଘୋଷିତ ହୋଇଛି। ପ୍ରତିଯୋଗିତା ୨୦୨୪ ଜୁନ୍‌ ୨୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଆମେରିକାରେ ଖେଳାଯିବ। ଏଥିରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ ୧୦ଟି ଦକ୍ଷିଣ ଆମେରିକୀୟ ଓ୬ଟି କେନ୍ଦ୍ରୀୟ ଓ ଉତ୍ତର ଆମେରିକୀୟ ଦଳ ଭାଗନେବେ । ଫୁଟବଲର ପାୱାରହାଉସ ବ୍ରାଜିଲ ଓ ବିଶ୍ବ ବିଜେତା ଆର୍ଜେଣ୍ଟିନା ଭଳି ଦଳ ରହିଛନ୍ତି ବୋଲି ବୁଧବାର ଦକ୍ଷିଣ ଆମେରିକୀୟ ଫୁଟବଲ ମହାସଂଘ(କନ୍‌ମିବୋଲ) ପକ୍ଷରୁ ଘୋଷଣା କରାଯାଇଛି। କନ୍‌ମିବୋଲ ସଭାପତି ଆଲେକଜା​‌େ​‌ଣ୍ଡ୍ରା ଡୋମିନ​‌େ​‌ଗ୍ବଜ କହିଛନ୍ତି ଯେ, କୋପା ଆମେରିକା କପ୍‌ ନୂତନ ସଂସ୍କରଣକୁ ଅନ୍ୟତମ ଶ୍ରେଷ୍ଠ କରିବାକୁ ଆମର ପ୍ରୟାସ। ଫୁଟବଲପ୍ରେମୀ ଓ ପ୍ରଶଂସକଙ୍କ ପାଇଁ ଏହା ଏକ ଉତ୍ସବର ମାହୋଲ ସୃଷ୍ଟି କରିବ ବୋଲି ଆଲେକଜା​‌େ​‌ଣ୍ଡ୍ରା କହିଛନ୍ତି। ସୂଚନାଯୋଗ୍ୟ, କୋପା ଆମେରିକା କପ୍‌ ଫୁଟବଲ ୨୦୨୧ରେ ଆର୍ଜେଣ୍ଟିନା ବିଜେତା ଓ ବ୍ରାଜିଲ ଉପ ବିଜେତା ଆଖ୍ୟା​‌ ଅର୍ଜନ କରିଥିଲା।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories