www.samajalive.in
Saturday, December 6, 2025
19.1 C
Bhubaneswar

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ସୁଆଣ୍ଡୋ: ଆନ୍ତର୍ଜାତୀୟ ଯୋଗଦିବସ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସାକ୍ଷୀଗୋପାଳ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ, ସତ୍ୟବାଦୀ ଗୁରୁକୁଳ ପ୍ରତିଷ୍ଠାତା ବିଷ୍ଣୁ ପ୍ରସାଦ ମିଶ୍ର, ପାରା ଆଥଲେଟ ଦୌଡରାଣୀ ଜୟନ୍ତୀ ବେହେରା ଓ ପତଞ୍ଜଳି ଯୋଗ ସମିତି ସଭାପତି ପ୍ରହଲାଦ ଘଟୁଆରୀ ଅତିଥି ଭାବେ ଯୋଗଦାନ କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ରେ ଧୂପ ଦୀପ ଫୁଲମାଳ ଦେଇ ଅତିଥି ମାନେ କାର୍ଯ୍ଯକ୍ରମ ଆନୁନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଏନସିସି ଛାତ୍ର, ବାଳିକା ଉଚ୍ଚ ବିଦ୍ୟାଳୟ ଏନସିସି ଛାତ୍ରୀ, ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଯୋଗ ପ୍ରଶିକ୍ଷଣ ନେଇଥିଲେ । ଶିବିରରେ କପାଳଭାତି, ତ୍ରିକୋଣ, ଭଦ୍ରାସନ, ବ୍ରଜ, ଉତ୍ଥାନ, ପାଦାସନ, ହଳାସନ, ପବନମୁକ୍ତାସନ, ହସ୍ତ ଚାଳନା, କଟି ଚାଳନା, ତାଡାସନ, ପଦ, ହସ୍ତ ଚାଳନା ଆସନ, ଅନୁଲୋମ ଓ ବିଲୋମ ଆଦି ଯୋଗସୂତ୍ର ଗୁଡିକ ଯୋଗଗୁରୁ ସୁବାସ ଚନ୍ଦ୍ର ମିଶ୍ର ଓ ସହଯୋଗୀ ଭଗବାନ ପାଲ ଶିକ୍ଷା ଦେଇଥିଲେ । ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। । ସଂପାଦକ ଶ୍ରୀମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶ୍ରୀ ଘଟୁଆରୀ ଧନ୍ୟବାଦ ଅର୍ପଣ କରିଥିଲେ । ସତ୍ୟବାଦୀ ଦାଶ ସହଯୋଗ କରିଥିଲେ। ଭାରତ ବିକାଶ ପରିଷଦ ସତ୍ୟଶାଖାର ସଭ୍ୟ ଉପସ୍ଥିତ ରହିଥିଲେ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories