www.samajalive.in
Monday, December 8, 2025
24.1 C
Bhubaneswar

ଆଜିଠୁ ଖୋଲିବ ୨୩ ଜିଲାରେ ବିଦ୍ୟାଳୟ

ଭୁବନେଶ୍ବର : ରାଜ୍ୟରେ ଆଜି ଅର୍ଥାତ ବୁଧବାର ଠାରୁ ୨୩ ଜିଲାର ବିଦ୍ୟାଳୟ ଖୋଲୁଛି। ୨୩ଟି ଜିଲାର ବିଦ୍ୟାଳୟଗୁଡ଼ିକରେ ନିୟମିତ ସମୟ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ଅନୁଗୋଳ ଜିଲାର ବିଦ୍ୟାଳୟଗୁଡ଼ିକରେ ସକାଳୁଆ ଶିକ୍ଷାଦାନ କରାଯିବ। ତେବେ ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲାରେ ୨୨ରୁ ଖୋଲିବ ବିଦ୍ୟାଳୟ। ସମ୍ବଲପୁରରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ବିଦ୍ୟାଳୟ ଚାଲିବ। ସାଢ଼େ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ୨୬ ତାରିଖଠାରୁ ନିୟମିତ ସମୟାନୁସାରେ ବିଦ୍ୟାଳୟ ଚାଲିବ। ସେହିପରି ଝାରସୁଗୁଡ଼ା ଜିଲାରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ବଲାଙ୍ଗୀର ଜିଲାରେ ୨୨ରୁ ୨୪ ତାରିଖ ଯାଏ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏ ଖୋଲିବ ସବୁ ବିଦ୍ୟାଳୟ। ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଜିଲାରେ ୨୩ ଓ ୨୪ ତାରିଖରେ ସକାଳ ୬ଟା ୩୦ରୁ ୯ଟା୩୦ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ଖୋଲିବ। ସୁନ୍ଦରଗଡ଼ ଓ ବରଗଡ଼ ଜିଲାରେ ୨୩ ଏବଂ ୨୪ ତାରିଖରେ ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ। ସେହିପରି ନୂଆପଡ଼ା ଜିଲାର ସବୁ ବିଦ୍ୟାଳୟ ୨୩ତାରିଖରୁ ସକାଳୁଆ ଖୋଲିବ। ୨୬ ତାରିଖରୁ ଏହି ଜିଲାଗୁଡ଼ିକରେ ନିୟମିତ ସମୟରେ ବିଦ୍ୟାଳୟ ଖୋଲିବା ନେଇ ବିଭାଗୀୟ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଯୋଗୁ ୭ଟି ଜିଲାର ଜିଲାପାଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସକାଳୁଆ ବିଦ୍ୟାଳୟ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories