www.samajalive.in
Saturday, December 13, 2025
26.1 C
Bhubaneswar

ବାହାନଗା ଟ୍ରେନ୍ ଦୁର୍ଘଟଣା : ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଭଡ଼ା ଘରେ ସିବିଆଇ

ବାହାନଗା : ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା ପରଠୁ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ପତ୍ତା ମିଳୁ ନ ଥିଲା। ଏପରିକି ତାଙ୍କ ଭଡ଼ାଘରକୁ ସିବିଆଇ ସିଲ୍‌ କରିଥିଲା। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଜେଇ ଅମୀର ଖାନଙ୍କୁ ସାଙ୍ଗରେ ନେଇ ସୋରସ୍ଥିତ ଭଡ଼ାଘରେ ପହଞ୍ଚିଛି ସିବିଆଇ ଟିମ୍‌। ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ ପରିବାର ସହ ସୋର କମରପୁରଠାରେ ଭଡ଼ା ଘରେ ରହୁଥିଲେ। ଦୁର୍ଘଟଣା ପରଠାରୁ ତାଙ୍କର ଖୋଜଖବର ମିଳୁ ନ ଥିଲା। ଅନ୍ୟପକ୍ଷରେ ବାହାନଗା ଟ୍ରେନ୍‌ ଟ୍ରାଜେଡିର ତଦନ୍ତ ସିବିଆଇ କରୁଥିବାବେଳେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରୁଛି। ଏହି ଘଟଣାର ତଦନ୍ତ କରି ସିବିଆଇ ଟିମ୍‌ ପୂର୍ବରୁ ସିବିଆଇ ସିଗ୍‌ନାଲ ଜେଇ ଅମିର ଖାନ୍‌ ଓ ଷ୍ଟେସନମାଷ୍ଟର ଏସ୍‌ପି ମହାନ୍ତିଙ୍କୁ ପଚରାଉଚରା କରିଥିଲା। ହେଲେ ଏହାପରେ ଜେଇଙ୍କ ପତ୍ତା ମିଳି ନ ଥିଲା। ତଦନ୍ତ ସରିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories