www.samajalive.in
Wednesday, December 10, 2025
16.1 C
Bhubaneswar

କନ୍ଧମାଳରେ ମୁଣ୍ଡଫଟା ଖରାକୁ ପ୍ରବଳ ଗୁରୁଗୁଳି

ଫୁଲବାଣୀ: କନ୍ଧମାଳରେ ଗତ କିଛିଦିନ ହେଲା ମୁଣ୍ଡଫଟା ଖରା ସହିତ ପ୍ରବଳ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଗତ ପ୍ରାୟ ଏକ ସପ୍ତାହ ହେଲା ଫୁଲବାଣୀରେ ପାରଦ ୪୦ ଡ଼ିଗ୍ରିରେ ରହିଥିବା ବେଳେ ରବିବାର ଫୁଲବାଣୀ ମହକୁମାରେ ପାରଦ ୪୨ ଡ଼ିଗ୍ରି ପହଞ୍ଚିଛି। ଦିନ ୧୦ଟା ପରେ ବଜାର ଘାର ସଂପୂର୍ଣ୍ଣ ଶୁନଶାନ୍‌‌ ହୋଡ଼ିଥିବାର ଦେଖାଯାଇଥିଲା। ମୌସୁମି ଆସିବାରେ ବିଳମ୍ବ ହୋଇଥିବା ବେଳେ ଲୋକେ ବର୍ଷାକୁ ଚାତକ ପରି ଅନାଇ ବସିଛନ୍ତି। ସଦର ମହକୁମାରେ ଦୀର୍ଘଦିନ ହେଲା ବର୍ଷା ହୋଇ ନାହିଁ। ବିଭିନ୍ନ ଜଳ ସ୍ତର କମିବାରେ ଲାଗିଥିବା ବେଳେ ଜଳ ଉତ୍ସ ସୁଖିବାରେ ଲାଗିଛି। ଏହି କାରଣରୁ ଅନେକ ସ୍ଥାନରେ ଜଳ ସଙ୍କଟ ଉଗ୍ରରୁପ ଧାରଣ କଲାଣି। ଏହିଭଳି ପାଣିପାଗ ଆଉ କିଛିଦିନ ଜାରି ରହିଲେ ଅବସ୍ଥା ସଙ୍ଗୀନ ହେବା ଆଶଙ୍କା କରାଯାଇଛି। ଆଜି ସୁଦ୍ଧା ଜିଲାରେ କୌଣସି ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ ହୋଇନଥିଲେ ମଧ୍ୟ ଯେ କୌଣସି ପରିସ୍ଥିତି ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତି ରହିଥିବା ସୂଚନା ଦେଇଛନ୍ତି ଜିଲା ସୂଚନା ଆପାତକାଳିନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ। ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବୁଲା ଗାଈ ଗୋରୁ ଓ ଅନ୍ୟ ପଶୁ ପକ୍ଷୀ ମାନଙ୍କ ପାଇଁ ଜଳ କଷ୍ଟ ବଳିପଡ଼ିଛି। ସହରର କୌଣସି ସ୍ଥାନରେ ମଧ୍ୟ ପଶୁ ଓ ପକ୍ଷୀ ମାନଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ପ୍ରାଣୀ ସଂପଦ ବିଭାଗ ପକ୍ଷରୁ କରାଯାଇନଥିବା ଯୋଗୁଁ ଏ ନେଇ ସାଧାରଣରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories