www.samajalive.in
Friday, December 12, 2025
14.1 C
Bhubaneswar

ସ୍ମାର୍ଟ ବଜାରରେ ମିଲେଟ୍‌‌ ମିଶନ ପକ୍ଷରୁ ରଜ ଉତ୍ସବ

କେନ୍ଦୁଝରଗଡ : ପବିତ୍ର ରଜ ପର୍ବ ଅବସରରେ ଓଡ଼ିଶା ମିଲେଟ ମିଶନ ପକ୍ଷରୁ ଦୁଇଦିନ ଧରି କେନ୍ଦୁଝର ମାଇନିଂରୋଡସ୍ଥିତ ସ୍ମାର୍ଟ ବଜାରରେ ମନ ମତାଣିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼଼ିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ଲୋକପ୍ରିୟ ରଜ ପର୍ବକୁ ଜନସାଧାରଣ ୩ଦିନ ଧରି ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ଧରିତ୍ରୀ ମାତା ଏହି ସମୟରେ ପ୍ରଥମ ବର୍ଷା ଜଳରେ ନିଜ ଶୋଷ ମେଣ୍ଟାଇବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅବିବାହିତ ଝିଅ ମାନେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ପ୍ରସ୍ତୁତ ହୁଅନ୍ତି । ରାଜ୍ୟ ସରକାରଙ୍କ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓଡ଼ିଶା ମିଲେଟ ମିଶନ ଜରିଆରେ ବିଭିନ୍ନ ଅଭିନବ ଆଭିମୁଖ୍ୟ ଗ୍ରହଣ କରି ମିଲେଟ ଜାତୀୟ ଖାଦ୍ୟର ପ୍ରଚାର ପ୍ରସାର କରୁଛନ୍ତି । ଓଡ଼ିଶା ମିଲେଟ ମିଶନ ରାଜ୍ୟରେ ମିଲେଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୦ଟି ସହରରେ ‘ଓଡ଼ିଶାର ମିଲେଟ ବିଷୟରେ ଜାଣ’ ନାମକ ଏକ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏହି ଅବସରରେ କେନ୍ଦୁଝରରେ ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କୁ ମଉଜ ମସ୍ତି ମାଧ୍ୟମରେ ସେମାନଙ୍କର ନିତିଦିନିଆ ଖାଦ୍ୟରେ ମିଲେଟର ଗ୍ରହଣୀୟତାକୁ ବୃଦ୍ଧି କରିବା ସହ ଏହାକୁ ଅଭ୍ୟାସରେ ପରିଣତ କରାଇବା ବାର୍ତ୍ତା ଦେବା । ଟିଭି ଓ ୟୁଟ୍ୟୁବ କମେଡିଆନ ସୁଜିତ କୁମାର ଜେନା, ଗାୟକ ମନଦୀପ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ଅବସରରେ ଓଡ଼ିଶା ମିଲେଟ ମିଶନ ଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଅନ୍ତି ଏବଂ ପରେ ସ୍ଥାନୀୟ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରେ । ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ବିଷୟରେ ଏକ ହାସ୍ୟରସାତ୍ମକ କ୍ଷୁଦ୍ର ନାଟିକା ଉପସ୍ଥାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରତିଯୋଗୀତାକୁ ସ୍ଥାନୀତ କରାଯାଇଥିଲା । ପ୍ରତିଯୋଗୀ ମାନେ ଅତ୍ୟନ୍ତ ଉତ୍ସାହିତ ହୋଇ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ଉପହାର ଓ ପୁରସ୍କାର ଜିତିବାର ସୁଯୋଗ ପାଇଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ଆଞ୍ଚଳିକସ୍ତରରେ ଆୟୋଜିତ କାର୍ଯ୍ୟକ୍ରମ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହା ରାଜ୍ୟର ଅର୍ଥନୈତିକ ସୂଚକାଙ୍କ ଉପରେ ଯଥେଷ୍ଟ ଅଧିକ ପ୍ରଭାବ ପକାଇବ ବୋଲି କୁହାଯାଇଛି।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories