www.samajalive.in
Friday, December 12, 2025
26.1 C
Bhubaneswar

ଅନିଶ୍ଚିତା ମଧ୍ୟରେ ବାହାଲି ସେତୁ, ଅସୁବିଧାରେ ୫ଟି ଗାଁର ଗ୍ରାମବାସୀ

ହରଭଙ୍ଗା : ସରକାରୀ କଳର ତ୍ରୁଟି ପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଛି । ଝୁଲନ୍ତା ଅବସ୍ଥାରେ ପୋଲ ନିର୍ମାଣ କାର୍ଯ୍ୟ ଅଧାବାଟରେ ରହିଥିବାରୁ ଏହା ଉପରେ ନିର୍ଭର କରୁଥିବା ୫ଟି ଗାଁର ଲୋକଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ପ୍ରକାଶ ଯେ ହରଭଙ୍ଗା ବ୍ଲକର ଆଦିବାସୀ ଅଧ୍ୟୁଷିତ ବାଣୀଭୁଷଣପୁର ପଞ୍ଚାୟତର ବାହାଲି ନାଳ ଉପରେ ୨୦୧୯-୨୦ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ସେତୁ ନିର୍ମାଣ କାର୍ଯ୍ୟ ପଞ୍ଚାୟତ ପକ୍ଷରୁ ଆରମ୍ଭ ହୋଇଥିଲା। ସେତୁ ନିର୍ମାଣ ଯୁଦ୍ଧକାଳିନ ଭିତ୍ତିରେ ଚାଲିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ମନରେଗା ଯୋଜନାରେ ୨୦ଲକ୍ଷ ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ଟଙ୍କା ସମୁଦାୟ ୪୦ଲକ୍ଷ ଟଙ୍କା ବ୍ୟୟବରାଦ ପାଇଁ ପ୍ରସ୍ତାବ ରହିଥିଲା। ପ୍ରଥମ ଦଫାରେ ବ୍ୟୟବରାଦ ହେବାକୁଥିବା ୨୦ଲକ୍ଷ ଟଙ୍କାରୁ ତିନୋଟି ପର୍ଯ୍ୟାୟରେ ୭ଲକ୍ଷ ଟଙ୍କାରୁ ଅଧିକ ବିଲ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଦସ୍ତଖତରେ ପଇଠ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବାକିଥିବା ୧୨ଲକ୍ଷ ୪୫ହଜାର ଟଙ୍କା ବିଲ ପଇଠ ସମୟରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ୨୦ଲକ୍ଷ ଟଙ୍କା କାର୍ଯ୍ୟର ବିଲ ମଞ୍ଜୁର କରିବାର କ୍ଷମତା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ନଥିବା ଦର୍ଶାଇ ବିଲ ପଇଠରେ ତ୍ରୁଟି ଓ ଅନିୟମିତତା ଥିବା ଭଳି ଏକ ବଡ ଭୁଲ ଧରାପଡିଲା । ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପିଡିଙ୍କ ଦୃଷ୍ଟିଗୋଚର ପରେ ସେତୁ କାର୍ଯ୍ୟ ଓ ନଥିପତ୍ର ଖୋଳତାଡ ଆରମ୍ଭ ହେଲା। ଏଭଳି ତ୍ରୁଟି ଦର୍ଶାଇ ସେତୁ ନିର୍ମାଣ କାର୍ଯ୍ୟ ବିଲ ପଇଠ ପାଇଁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପଞ୍ଚାୟତିରାଜ ବିଭାଗକୁ ସହମତି ମାଗିଥିଲେ। ପଞ୍ଚାୟତିରାଜ ଅଧିକ୍ଷଣ ଯନ୍ତ୍ରୀ ଏହି ଘଟଣାର ସରଜମିନ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥଲେ । ଅଧିକ୍ଷଣ ଯନ୍ତ୍ରୀ ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ଥିବା ଦର୍ଶାଇ ତତ୍କାଳୀନ ସହକାରୀ ଯନ୍ତ୍ରୀ, କନିଷ୍ଠଯନ୍ତ୍ରୀ, ପିଇଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଧିକ୍ଷଣ ଯନ୍ତ୍ରୀଙ୍କ ରିପୋର୍ଟକୁ ଚାପି ଦିଆଯାଇ କାମକୁ ବନ୍ଦ କରାଯାଇଛି। ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କା ବକୟୋ ବିଲ ପଇଠ ହୋଇପାରୁ ନଥିବା ବେଳେ ସେତୁ କାର୍ଯ୍ୟ ମଧ୍ୟ ସରିପାରୁନି। ଯାହାଫଳରେ ବର୍ଷା ଚାରି ମାସ ଏହି ପୋଲ ଉପରେ ନିର୍ଭର କରୁଥିବା ବାହାଲି, ତିଲକୂପ, ଖୁଣ୍ଟଟଡା, ହରିଡାବି ଏବଂ ଗୁଣ୍ଡିରିବିଡା ଭଳି ୫ଟି ଗ୍ରାମବାସୀ ବାହ୍ୟ ଜଗତରୁ ବିଛିନ୍ନ ହୋଇଥାନ୍ତି । ଗତ ପଂଚାୟତ ସମିତି ବୈଠକରେ ବାହାଲି ପୋଲକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ବାହାଲି ପୋଲ ନିର୍ମାଣରେ କାହିଁକି ବିଳମ୍ବ ହେଉଛି ବୋଲି ବାଣୀଭୁଷଣପୁର ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ ଅଭିଯୋଗ ଉଠାଇଥିଲେ। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ କ୍ଷେତ୍ରପରିଦର୍ଶନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ହରିହର ସିଂ, ଅଚ୍ୟୁତ ବେହେରା, ଅରୁଣ ନାଏକ, ବିମ୍ବାଧର ବଘାର, ସୁମିତ ମଲ୍ଲିକ ପ୍ରମୁଖ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories