www.samajalive.in
Sunday, December 14, 2025
26.1 C
Bhubaneswar

ବାର୍‌ହା ଆକ୍ରମଣରେ ୪ ଆହତ

ଝାରସୁଗୁଡ଼ା : ଝାରସୁଗୁଡା ସହରରସ୍ଥିତ କାପୁମାଲ ଗାଁରେ ଅଘଟଣ। ବାର୍‌ହା ଆକ୍ରମଣରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ମା,ଝିଅ ଓ ପୁଅକୁ ଗୋଡ଼ାଇ ଗୋଡ଼ାଇ ବାର୍‌ହା କାମୁଡ଼ିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଝାରସୁଗୁଡା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳ ବାର୍‌ହାଟି ଜଙ୍ଗଲରୁ ପଳାଇ ଆସି କାପୁମାଲ ଗାଁରେ ବୁଲୁଥିଲା। କୁକୁର ପଲ ବାର୍‌ହାଟିକୁ ଦେଖି ଭୁକିବା ଆରମ୍ଭ କରିଦେଇଥିଲେ। ଫଳରେ ବାର୍‌ହାଟି ଦୌଡ଼ି ଆସି ଜଣଙ୍କ ଘରେ ପଶି ଯାଇଥିଲା। ଘରେ ଥିବା ମା ପୁଅ ଓ ଝିଅକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା। ତେବେ ବାର୍‌ହାଟିକୁ ଗ୍ରାମବାସୀ ପିଟି ମାରି ଦେଇଥିବା ଜଣାପଡ଼ିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories