www.samajalive.in
Saturday, December 6, 2025
26.1 C
Bhubaneswar

ମେଡ଼ିସିନ ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା ; ୩ ଗିରଫ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ରୋଡ଼ ନଂ ୪ ସ୍ଥିତ ଔଷଧ ଦୋକାନରୁ ଗତ ୧୧ତାରିଖ ବିଳମ୍ବିତ ରାତିରେ ନକଲି ଚାବି ସାହାଯ୍ୟରେ ଦୋକାନ ସଟର ଖୋଲି, ଡ୍ର ରୁ ୧ଲକ୍ଷ ୩୫ହଜାର ଟଙ୍କା ଚୋରି କରି ଫେରାର ହୋଇଯିବା ମାଲିକ ଦୀପକ ଠାକୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କଣ୍ଟାବାଞ୍ଜି ପୁଲିସ ଏହାର ପର୍ଦାଫାଶ ଫାସ କରିବା ସହ ଏହି ଚୋରି ଘଟଣାରେ ସମ୍ପୃକ୍ତ ଔଷଧ ଦୋକାନରେ କାମ କରୁଥିବା କର୍ମଚାରୀ ଓ ଅନ୍ୟ ୨ଜଣଙ୍କୁ ଧରିଵା ସଫଳ ହେବା ସହ ସେମାନଙ୍କ ଠାରୁ ୯୨ ହଜାର ୯୦୦ସହ ଟଙ୍କା ଜବତ କରିଥିବା  ଏକ ପ୍ରେସ ମିଟରେ କଣ୍ଟାବାଞ୍ଜି ଏସ. ଡି. ପି. ଓ ଗୌରାଙ୍ଗ ସାହୁ ସୂଚନା ଦେଇଛନ୍ତି।
ପ୍ରାପ୍ତ ସୂଚନା ମତେ ଗତ ୧୧ତାରିଖ ବିଳମ୍ବିତ ରାତିରେ ଚୋରି ହେବାପରେ, ଦୋକାନ ମାଲିକ ସ୍ଥାନୀୟ ପୁଲିସକୁ ଖବର ଦେବାପରେ ଖବର ପାଇଁ ପୁଲିସ ଦୋକାନରେ ସି ସି ଟିଭି ଫୁଟେଜ ଯାଞ୍ଚ ସମୟରେ ଏହି ଚୋରି ଘଟଣାରେ ୩ଜଣଙ୍କ ଦୃଶ୍ୟ ଦେଖିଥିଲେ। ତେଣୁ ଦୋକାନ କର୍ମଚାରୀ ସୁବୋଧ ସୁନାନୀଙ୍କ ଉପରେ ସନ୍ଦେହ ହୋଇଥିଲା ।  ତଦନ୍ତ ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ ମତେ ପୁଲିସ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତ ଦୋକାନ କର୍ମଚାରୀ ସୁବୋଧ ସୁନାନୀ (୨୭) ଓ ସାଙ୍ଗରେ ଥିବା ବିଗହ୍ନ କୁଅଁର (୨୬), ହେମନ୍ତ ସେଠ (୨୦)ସମସ୍ତେ ମୁରିବାହାଲ ଥାନା ଲେଢ଼ାପଦର ଗ୍ରାମର ବୋଲି ପୁଲିସ ସୂଚନା ଦେଇଛି ।  ଏହି ଘଟଣାରେ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା ଏକପୁଲିସ ଟିମ ସବ ଇନ୍ସପେକ୍ଟର ଏସ ଛତ୍ରିଆଙ୍କ ନେତୃତ୍ୱରେ ଏ ଏସ ଆଇ ପ୍ରେମାନନ୍ଦ ମାଝୀ, ଈଶ୍ୱର ମାଝୀ, କନେଷ୍ଟେବଲ ସି ଏସ ବାଗ ଟିମ ଗଠନ କରି ତଦନ୍ତରେ ନିୟୋଜିତ କରିଥିଲେ।  ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି । ପ୍ରେସ ମିଟରେ ଏସ ଡି ପି ଓ ଗୌରାଙ୍ଗ ସାହୁ, ଥାନାଧିକାରୀ ରଶ୍ମିତା ବେହେରା ଏବଂ ତଦନ୍ତ କାରି ଅଧିକାରୀ ଉପସ୍ଥିତ ଥିଲେ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories