www.samajalive.in
Friday, December 12, 2025
15.1 C
Bhubaneswar

କଂଗ୍ରେସ ଭାଇ ପାଇବେ ଡ. ରାଧାନାଥ ରଥ ସେବା ପୁରସ୍କାର

କଟକ:ବିଶିଷ୍ଟ ସମାଜସେବୀ ତଥା ସର୍ବୋଦୟ ସେବକ କଂଗ୍ରେସ୍‍ ଭାଇ ଚଳିତ ବର୍ଷର ସମ୍ମାନଜନକ ରାଧାନାଥ ରଥ ସେବା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଡିସେମ୍ବର ୬ ତାରିଖ ସନ୍ଧ୍ୟାରେ କଟକଠାରେ ହେବାକୁ ଥିବା ପ୍ରବୀଣ ସାମ୍ବାଦିକ ତଥା ସ୍ୱାଧୀନତା ସଂଗ୍ରାମୀ ଡ. ରାଧାନାଥ ରଥଙ୍କ ଜୟନ୍ତୀ ସମାରୋହରେ କଂଗ୍ରେସ୍‍ ଭାଇଙ୍କୁ ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କା, ମାନପତ୍ର ଓ ସ୍ମୃତି ଫଳକ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯିବ। ଶୁକ୍ରବାର ସନ୍ଧ୍ୟାରେ କନିକା ରୋଡ୍‍ଠାରେ ଅନୁଷ୍ଠିତ ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ଏବ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଟ୍ରଷ୍ଟର ଅଧ୍ୟକ୍ଷ ଜଷ୍ଟିସ୍‍ ଏ. ଏସ୍‍. ନାଇଡ଼ୁ ବୈଠକରେ ସଭାପତିତ୍ୱ କରିଥିଲେ। ଜୟନ୍ତୀ ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ ଦେଶାତ୍ମବୋଧକ କବିତା ଆବୃତ୍ତି ପ୍ରତିଯୋଗିତା, କବି ସମ୍ମିଳନୀ, ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ଢେଙ୍କାନାଳର ରଥଗଡ଼ାଠାରେ ଡିସେମ୍ବର ୨ ତାରିଖରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଟ୍ରଷ୍ଟି ମନୋରମା ମହାପାତ୍ର, ଟ୍ରଷ୍ଟ ଉପାଧ୍ୟକ୍ଷ ଡ. ସତ୍ୟ ରାୟ, ସାଧାରଣ ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ଦାସ, ସଂଗଠନ ସମ୍ପାଦକ ଦୀପାୟନ ପଟ୍ଟନାୟକ, ଡ. ପ୍ରମୋଦକୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ରଞ୍ଜନ ମହାପାତ୍ର, ଆଇନ୍‍ଜୀବୀ ଟହଲି ମହାନ୍ତି, ଅଧ୍ୟାପିକା ମୀରା ବେଉରା, କେଦାରନାଥ ବେହେରା, ସଞ୍ଜୟକୁମାର ପରିଜା, ବିଶ୍ୱଜିତ୍‍ ସୂର୍ଯ୍ୟବଂଶୀ ପ୍ରମୁଖ ଯୋଗଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories