www.samajalive.in
Saturday, December 13, 2025
15.1 C
Bhubaneswar

ଶାବରୀମାଳାରେ ଦର୍ଶନ ପାଇଁ ୫୫୦ ମହିଳାଙ୍କ ଅନଲାଇନ ନାମ ପଞ୍ଜୀକରଣ

ନୂଆଦିଲ୍ଲୀ : ‘ମଣ୍ଡଳମ-ମକରବିଲାକୁ’ ତୀର୍ଥଯାତ୍ରା ନିମନ୍ତେ ଆସନ୍ତା ସପ୍ତାହରୁ କେରଳର ପ୍ରସିଦ୍ଧ ଶାବରୀମାଳା ମନ୍ଦିରର ଦ୍ୱାର ଖୋଲାଯିବ। ଏହି ଅବସରରେ ଶାବରୀମାଳାର ଆରାଧ୍ୟ ଦେବତାଙ୍କ ଦର୍ଶନ ପାଇଁ ୧୦ରୁ ୫୦ ବର୍ଷ ବୟସ୍କ ୫୫୦ ଜଣ ମହିଳା ଇଣ୍ଟରନେଟ୍‍ରେ ଅନ୍‍ଲାଇନରେ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି। କେରଳ ପୁଲିସ ପକ୍ଷରୁ ଏ ନେଇ ବୁକିଂ ବ୍ୟବସ୍ଥା ହୋଇଛି। ଅଦ୍ୟାବଧି ୩.୫ ଲକ୍ଷ ଭକ୍ତ ଦର୍ଶନ ଲାଗି ଆଗୁଆ ବୁକିଂ କରିଥିବା ବେଳେ ପ୍ରାୟ ୪୦,୦୦୦ ଲୋକ ଏହି ଧାର୍ମିକ ନିଳକାଳଠାରୁ ପାମ୍ବା ପର୍ଯ୍ୟନ୍ତ ବସ୍‍ ଟିକଟ କାଟିଥିବା ଜଣାପଡିଛି। ତେବେ ଦର୍ଶନ ପାଇଁ ନାମ ପଞ୍ଜୀକରଣ କରିଥିବା ଉକ୍ତ ୫୫୦ ଜଣ ମହିଳାଙ୍କୁ ପୁଲିସ ଚିହ୍ନଟ କରିପାରି ନ ଥିବା ଜଣାପଡିଛି। ପୁଲିସ ପକ୍ଷରୁ କାର୍ଯ୍ୟ କରୁଥିବା ୱେବ୍‍ସାଇଟରେ କାହାରି ପରିଚୟ ପ୍ରମାଣପତ୍ର ଲୋଡାଯାଇ ନ ଥିବା ବେଳେ ଏହି ମହିଳାମାନଙ୍କ ପ୍ରକୃତ ବୟସ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅନ୍ୟପଟେ ଶାବରୀମାଳାରେ ସବୁ ବୟସର ମହିଳାଙ୍କୁ ପ୍ରବେଶ ଅନୁମତି ଦେବା ନେଇ ସୁପ୍ରିମକୋର୍ଟଙ୍କ ରାୟର ସମୀକ୍ଷା ଆବେଦନ ଉପରେ ନଭେମ୍ବର ୧୩ରେ ଶୁଣାଣି ହେବାକୁ ଥିବା ବେଳେ ସଭିଙ୍କ ଦୃଷ୍ଟି ଏହା ଉପରେ ରହିଛି। ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶ ଲାଗୁ କରିବା ନେଇ ସମସ୍ତ ଉଦ୍ୟମ କରିବେ ବୋଲି କହିଛନ୍ତି। କିନ୍ତୁ ବିଜେପି ଏବଂ କଂଗ୍ରେସ ମନ୍ଦିରରେ ମଧ୍ୟ ବୟସ୍କ ମହିଳାଙ୍କ ପ୍ରବେଶ ପ୍ରତିବାଦରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ଜାରି ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଏଯାବତ୍‍ ୧୦ରୁ ୫୦ ବର୍ଷ ବୟସ୍କ କୌଣସି ମହିଳା ମନ୍ଦିରରେ ପ୍ରବେଶ କରି ପାରିନାହାନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories