www.samajalive.in
Monday, December 8, 2025
24.1 C
Bhubaneswar

ଭାନୁଆଟୁ ବିଦା ; ଫାଇନାଲରେ ଭାରତ

ଭୁବନେଶ୍ବର :  ଆୟୋଜକ ଭାରତୀୟ ଦଳ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌‌ ଫୁଟବଲ ପ୍ରତିଯୋଗିତାର ୩ୟ ସଂସ୍କରଣର  ଫାଇନାଲରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରତିଯୋଗିତାର ସୋମବାର ମ୍ୟାଚରେ ଭାରତ ୧-୦ ଗୋଲ୍‌ରେ ଭାନୁଆଟୁକୁ ପରାସ୍ତକରି କ୍ରମାଗତ ୨ୟ ବିଜୟ ହାସଲକରି ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ଭାରତ ୨ଟି ମ୍ୟାଚରୁ ୨ଟି ବିଜୟ ସହ ୬ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଭାନୁଆଟୁ କ୍ରମାଗତ ୨ୟ ପରାଜୟ ପରେ ଫାଇନାଲରୁ ବାଦ୍‌‌ପଡ଼ିଛି।
ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ପରାସ୍ତ କରିଥିବା ଭାରତୀୟ ବିଜୟ ସହ ଫାଇଇନାଲରେ ପ୍ରବେଶ ଲକ୍ଷ୍ୟ ନେଇ ଖେଳିଥିଲା। ପ୍ରତିଯୋଗିତାର ସର୍ବନିମ୍ନ ମାନ୍ୟତାପ୍ରାପ୍ତ ଭାନୁଆଟୁ ଉଚ୍ଚ ମାନ୍ୟତାପ୍ରାପ୍ତ ଘରୋଇ ଭାରତକୁ ପ୍ରାରମ୍ଭରୁ କଡ଼ା ଟକ୍କର ଦେଇଥିଲା। ଭାରତ ଗୋଲ ଦେବାର ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଭାନୁଆତୁର ଦୃଢ଼ ରକ୍ଷଣଭାଗ ଭାରତୀୟ ଆକ୍ରମଣକୁ ବାରମ୍ବାର ପ୍ରତିହତ କରିବାରେ ସଫଳ ହୋଇଥିଲା। ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଭାରତ ଗୋଲ ଦେବା ଲାଗି ମଧ୍ୟ ଘନଘନ ଆକ୍ରମଣ କରିଥିଲା। ୫୭ ମିନିଟ୍‌‌ରେ ଅଧିନାୟକ ସୁନୀଲ ଛେତ୍ରୀ ଗୋଲ୍‌ଦେବାର ଏକ ସୁଯୋଗ ପାଇଥିଲେ ମଧ୍ୟ ବିଫଳ ହୋଇଥିଲେ। ୬୦ ମିନିଟ୍‌‌ରେ ଛେତ୍ରୀଙ୍କ ଏକ ଚମତ୍କାର ହେଡ୍‌‌ ଗୋଲପୋଷ୍ଟର ପାର୍ଶ୍ବ ଦେଇ ଚାଲି ଯାଇଥିଲା। ଭାନୁଆଟୁ ଦଳ ଭାରତର ଆକ୍ରମଣକୁ ବାରମ୍ବାର ପ୍ରତିହତ କରିବାରେ ସଫଳ ହୋଇଥିଲା। ଖେଳର ୮୦ ମିନିଟ୍‌‌ରେ ଶିବାଶିଷ ବୋଷଙ୍କ ପାସ୍‌‌ରୁ ସୁନୀଲ ଛେତ୍ରୀ ଚମତ୍କାର କିକ୍‌‌ ସଟ୍‌‌ ମାରି ଗୋଲ ଦେବାରେ ସଫଳ ହୋଇଥିଲେ। ଛେତ୍ରୀଙ୍କର ଏହା ୮୬ତମ ଅନ୍ତର୍ଜାତୀୟ ଗୋଲ୍‌। ଭାରତ ଗୋଟିଏ ଗୋଲ ଆଗରେ ରହିବା ପରେ ଶେଷ ୧୦ ମିନିଟ୍‌‌ ଖେଳ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାନୁଆଟୁ ଗୋଲ ବରାବର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଶେଷରେ ଭାରତ ମ୍ୟାଚକୁ ଏକମାତ୍ର ଗୋଲରେ ଜିତିବାରେ ସଫଳ ହୋଇଥିଲା। ଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସମ୍ପାଦକ ରଞ୍ଜିତ ପରିଡ଼ା ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଭାରତ ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଥିବା ବେଳେ ୧୫ରେ ଶେଷ ମ୍ୟାଚ ଲେବାନନ୍‌ ବିପକ୍ଷରେ ଖେଳିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories