www.samajalive.in
Monday, December 8, 2025
24.1 C
Bhubaneswar

ବିଦ୍ୟୁତ୍‌‌ କାଟ୍‌‌ ପାଇଁ କଲବଲ ଅଞ୍ଚଳବାସୀ

କଟକ : ଅସହ୍ୟ ଖରା ତାତି ସହ କଲବଲ କରୁଛି ଦୀର୍ଘ ସମୟ ଧରି ବିଦ୍ୟୁତ୍‌‌ କାଟ୍‌‌। ସୋମବାର କଟକ ସ୍ଥିତ ଯୋବ୍ରା ରୋଡ ମ୍ୟୁନିସିପାଲଟି କଲୋନୀ ଅଞ୍ଚଳ ସହ ଅନ୍ୟାନ୍ୟ ସ୍ଥାନରେ ଅପରାହ୍ଣ ୧ଟା ୧୦ ରୁ ବିଦ୍ୟୁତ୍‌‌ କାଟ୍‌‌ ହୋଇଛି। ପବନ, ଝଡ଼ବର୍ଷା କିମ୍ବା ଅନ୍ୟ କୌଣସି ବିଦ୍ୟୁତ କାଟ୍‌‌ ନେଇ ପୂର୍ବ ସୂଚନା ନଥାଇ ମଧ୍ୟ କାଟ୍‌‌ ହୋଇଛି। ସେଠାକାର ବିଦ୍ୟୁତ୍‌‌ ଉପଭୋକ୍ତା ମାନେ ବିଦ୍ୟୁତ ସହାୟତା ନମ୍ବର ୧୯୧୨ ଏବଂ ୧୮୦୦୩୪୫୭୧୨୨ ନମ୍ବରକୁ ଅଭିଯୋଗ ଜଣାଇବାକୁ ଚେଷ୍ଟା କଲେ ନମ୍ବର କାର୍ଯ୍ୟକ୍ଷମ ନଥିବା ଉତ୍ତର ମିଳୁଛି। ଯୋବ୍ରା ସ୍ଥିତ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ମୋବାଇଲ ନମ୍ବର ମଧ୍ୟ ବ୍ୟସ୍ତ ରହିଥିବା ଉପଭୋକ୍ତା ମାନେ କହିଛନ୍ତି। ପ୍ରବଳ ଗରମ ଓ ତାତିରେ ସର୍ବସାଧାରଣ ହନ୍ତସନ୍ତ ହେଉଥିବା ବେଳେ ଏଭଳି ବିଦ୍ୟୁତ୍‌‌ କାଟ୍‌‌ ପାଇଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories