ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ୧୨ଜଣ ଏନ୍.ପି.ଏସ୍ ଶିକ୍ଷକଙ୍କୁ ସି.ଆର୍.ସି.ସି ପଦର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାରୁ ସଂପୃକ୍ତ ଶିକ୍ଷକମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସି.ଆର୍.ସି.ସି ରୂପେ ନିଯୁକ୍ତି ପାଇଥିବା ଏନ୍.ପି.ଏସ୍ ଶିକ୍ଷକ ମାନେ ଆଜି ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରି ସିଆରସିସି ଦାୟିତ୍ୱ ରୁ ନିବୃତ୍ତ ରହିବା ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ବିନା ସହମତିରେ ଆମକୁ ସିଆରସିସି ପଦରେ ନିୟୋଜିତ କରାଯାଇଛି ବୋଲି ଏନ୍ପିଏସ୍ ଶିକ୍ଷକ ମାନେ ଦାବିପତ୍ର ଉଲ୍ଲେଖ କରିଛନ୍ତି।
ଅପରପକ୍ଷରେ ଏନ୍.ପିଏସ୍ ଶିକ୍ଷକଙ୍କୁ ସେମାନଙ୍କ ବିନା ସହମତି ରେ ସିଆରସିସି ଦାୟିତ୍ୱ ଦିଆଯିବା ନିଷ୍ପତ୍ତି କୁ ବ୍ଳକ୍ ଏନ୍ପିଏସ୍ ଶିକ୍ଷକ ସଂଘର ସଭାପତି ଲିଙ୍ଗରାଜ ଦୀପ ତୀବର ବିରୋଧ କରିଛନ୍ତି। ବ୍ଳକ୍ ଏନ୍ପିଏସ୍ ଶିକ୍ଷକ ସଂଘ ୩ ଦଫା ଦାବୀ ନେଇ ରାଜ୍ୟ ସଂଘ ସହ ମିଳିତ ଭାବରେ ରାଜ୍ୟ ସରକାର ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି।



