www.samajalive.in
Sunday, December 14, 2025
26.1 C
Bhubaneswar

ଦାଦାଭାଇ ନାରୋଜି ନଗର ଥାନାରେ ସଞ୍ଜୟଙ୍କ ନାମରେ ଲିଖିତ ଅଭିଯୋଗ କଲେ ପ୍ରକୃତି ମିଶ୍ର

ଭୁବନେଶ୍ବର: କାଷ୍ଟିଂ କାଉଚ୍ ଅଭିଯୋଗକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ପ୍ରଯୋଜକ ସଞ୍ଜୟ ନାୟକଙ୍କ ମଧ୍ୟରେ ଲାଗିରହିଥିବା ମୁହାମୁହିଁ ସ୍ଥିତି ଏବେ ଘନେଇବାରେ ଲାଗିଛି। ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଉଠାଇଥିବା କାଷ୍ଟିଂ କାଉଚ ଅଭିଯୋଗ ବିରୋଧରେ ଗତକାଲି ପ୍ରଯୋଜକ ସଞ୍ଜୟ ନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହାପରେ ଆଜି ପ୍ରକୃତି ମିଶ୍ର ମୁମ୍ବାଇରେ ଥାନାରେ ଏତଲା ଦେଇଛନ୍ତି। ସେ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାମରେ ମୁମ୍ବଇର ଦାଦାଭାଇ ନାରୋଜି ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଞ୍ଜୟ ନାୟକ ତାଙ୍କର ଅପମାନ ଓ ମାନହାନି କରିଥିବା ସେ ଅଭିଯୋଗ ଆଣିଛନ୍ତି।

ୱେଷ୍ଟ ଅନ୍ଧେରୀର ଦାଦା ଭାଇ ନାରୋଜି ପୁଲିସ ଷ୍ଟେସନରେ ପ୍ରକୃତି ନିଜର ଏବଂ ପରିବାରର ମାନହାନୀ ହୋଇଥିବା ନେଇ ଅଭିଯୋଗ କରିବା ସହ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୁଲିସ ଆଇପିସି ଦଫା ୫୦୦, ୫୦୪ ଏବଂ ୫୦୬ ଲଗାଇ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories