www.samajalive.in
Saturday, December 13, 2025
26.1 C
Bhubaneswar

ହତ୍ୟାକାରୀ ସାଜିଲେ ପୂଜକ

ହାଇଦ୍ରାବାଦ : ହାଇଦ୍ରାବାଦର ଶାମଶାହବାଦରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ପୂଜକ ଶ୍ରଦ୍ଧାଳୁଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମନ୍ଦିର ଯିବା ଆସିବା ମଧ୍ୟରେ ଜଣେ ଶ୍ରଦ୍ଧାଳୁଙ୍କ ସହ ପୂଜକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ଧୀ​‌େ​‌ର ଧୀରେ ପ୍ରେମ ସମ୍ପର୍କ ଆଗକୁ ବଢ଼ିଥିଲା। ସବୁ କିଛି ଠିକ୍‌ଠାକ୍‌ ଥିଲା। ମାତ୍ର ଯେବେ ଶ୍ରଦ୍ଧାଳୁଜଣକ ବିବାହ ପାଇଁ ଜିଦ୍‌ ଧରିଲେ, ସେଇ ସମୟରୁ ହିଁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଫଳରେ ପୂଜକ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରି ଏକ ମ୍ୟାନହୋଲ୍‌ରେ ଫୋପାଡ଼ି ଦେଲେ। ସପ୍ତାହେ ପରେ ପୁଲିସ୍‌ ତନାଘନା କରି ଗଳିତ ମୃତଦେହକୁ ଉଦ୍ଧାର କରିବା ସହିତ ପୂଜକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ପୂଜକଙ୍କ ନାମ ଆୟାଗରି ଭେଙ୍କଟସୂର୍ଯ୍ୟା ସାଇ କ୍ରିଷ୍ଣା। ତାଙ୍କ ଘର ସାରୋନଗର ଅଞ୍ଚଳ​‌େ​‌ର ଏବଂ ସେ ପୂର୍ବରୁ ବିବାହିତ ବୋଲି ପୁଲିସ୍‌ ସୂଚନା ଦେଇଛି । ପୁଲିସ୍‌ ମ୍ୟାନହୋଲରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories