www.samajalive.in
Saturday, December 13, 2025
18.1 C
Bhubaneswar

ଜ୍ବରପୀଡ଼ା ଲାଘବ ପାଇଁ ; ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଲାଗିଲା ଫୁଲୁରି ତେଲ

ପୁରୀ : ଜ୍ବରପୀଡ଼ା ଲାଘବ ପାଇଁ ଶୁକ୍ରବାର ଦାରୁବ୍ରହ୍ମଙ୍କ ଶ୍ରୀ ଅଙ୍ଗରେ ଫୁଲୁରି ତେଲ ମାଲିସ କରାଯାଇଛି। ଏହାପରେ ମହାପ୍ରଭୁଙ୍କ କଷ୍ଟ ଲାଘବ ହେବା ବିଶ୍ୱାସ ରହିଛି। ପ୍ରତ୍ୟେକ ବର୍ଷ ଆଷାଢ଼ କୃଷ୍ଣ ପଞ୍ଚମୀ ତିଥିରେ ତଥା ଅନବସର ସେବାର ପଞ୍ଚମ ଦିନରୁ ସପ୍ତମ ଦିନ ମଧ୍ୟରେ ଶ୍ରୀଜୀଙ୍କ ଶ୍ରୀ ଅଙ୍ଗରେ ଫୁଲୁରି ତେଲ ଲାଗି କରାଯାଏ। ବଡ଼ଓଡ଼ିଆ ମଠ ପକ୍ଷରୁ ଏହି ତେଲ ସ୍ବତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ କରାଯାଏ।
ପରମ୍ପରା ଅନୁଯାୟୀ ଗତବର୍ଷ ହେରାପଞ୍ଚମୀ ତିଥିରେ ତିନୋଟି ତିନି ସେରିଆ ମାଟି ପାତ୍ରରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଫୁଲର ମିଶ୍ରଣ କରାଯାଏ। ଏହାଛଡା ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୋଳି ,ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସ ସେଥିରେ ମିଶାଯାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିତଳୁ ତାହାକୁ ବାହାର କରାଯାଏ। ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ରାଶିତେଲ ସହ ଏହିସବୁ ଫୁଲ ଓ ଚେର ମିଶ୍ରଣ ଦ୍ବାରା ସେଥିରେ କଷ୍ଟ ଲାଘବ ଉପାଦାନ ସୃଷ୍ଟିହୁଏ। ମଠ ମହନ୍ତ ଏହି ତେଲକୁ ଭଲ ଭାବେ ଛାଣିବା ପରେ ମାଟିପାତ୍ରରେ ଶୁକ୍ରବାର ଶ୍ରୀଜଗନ୍ନାଥ ମନ୍ଦିରକୁ ପଠାଇ ଥିଲେ।
ଦେଉଳ କରଣଙ୍କ ଦ୍ବାରା ଏହାକୁ ଅଣସର ଗୃହକୁ ନିଆ ଯାଇଥିଲା। ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ତାହାକୁ ସଂସ୍କାର କରିଥିଲେ। ଏହାପରେ ଦଇତାପତିମାନେ ଫୁଲୁରି ତେଲ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରିଥିଲେ। ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରି ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ସେବା। ଏହାପରେ ରାଜ ବୈଦ୍ୟଙ୍କ ଘରେ ପ୍ରସ୍ତୁତ ହେଉଥିବା ଦଶ ମୂଳ ମହୋଷଧି ମହାପ୍ରଭୁଙ୍କୁ ପ୍ରଦାନ କରାଯିବ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories