www.samajalive.in
Sunday, December 14, 2025
26.1 C
Bhubaneswar

ମଞ୍ଚରେ ଟଳି ପଡ଼ିଲେ ମାଲେସିୟା ନୃତ୍ୟଶିଳ୍ପୀ

ଭୁବନେଶ୍ୱର : ଗୁରୁ ଶ୍ରୀ ଗଣେଶାନ୍‌। ବୟସ ୬୦ରୁ ଅଧିକ। ଭାରତନାଟ୍ୟମ୍‌ର ସେ  ଜଣେ ଦକ୍ଷ ନୃତ୍ୟଶିଳ୍ପୀ। ଅନେକ ଶିଷ୍ୟ ଗଢ଼ିଛନ୍ତି।  ନୃତ୍ୟରେ ବାଧକ ସାଜିବ ବୋଲି ସେ ବିବାହ ମଧ୍ୟ କରିନଥିଲେ। ନୃତ୍ୟ ପାଇଁ ସୁଦୂର ମାଲେସିଆରୁ ଛୁଟି ଆସିଥିଲେ। ହେଲେ କିଏ ଜାଣିଥିଲା ଓଡ଼ିଶାରେ ତାଙ୍କ ନୃତ୍ୟ ଜୀବନର ଶେଷ ନୃତ୍ୟ ହେବ ବୋଲି। ନୃତ୍ୟ ପରେ ସନ୍ଧ୍ୟା ଅଧିବେଶନ ପାଇଁ ଦୀପ ଲଗାଇଲେ ଆଉ ପ୍ରଣାମ କଲେ, ହଠାତ ମଞ୍ଚରେ ଟଳିପଡ଼ିଲେ। ତାଙ୍କୁ ସେଠାରୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ଫେରାଇ‌ ଦେବା ପରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ପ୍ରେକ୍ଷାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅନ୍ୟ ନୃତ୍ୟଶିଳ୍ପୀ ମଧ୍ୟ କୋହ ସମ୍ବରଣ କରି ପାରିନଥିଲେ।


ଭଞ୍ଜକଳା ମଣ୍ଡପରେ ନ୍ୟାସନାଲ କଲଚରାଲ ମିଶନ ପକ୍ଷରୁ ତିନିଦିନିଆ ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ ଏବଂ ନବୀନ କଳାକାର କାର୍ଯ୍ୟକ୍ରମର ଆଜି ଥିଲା ଶେଷ ଦିନ। ଦିନବେଳା ନବୀନ କଳାକାର ନୃତ୍ୟ ପରିବେଷଣ କରିବା ପରେ ଅପରାହ୍ଣ ଅଧିବେଶନରେ ଗୁରୁ ଶ୍ରୀଗଣେଶାନ ନୃତ୍ୟ ପରିବେଷଣ କରିଥିଲେ। ଯାହାକୁ ମଞ୍ଚ ତଳେ ଅନେକ ଗୁରୁ ଓ ଶିଳ୍ପୀ ପ୍ରଶଂସା କରିବା ସହିତ ତାଳି ମାରି ପ୍ରୋତ୍ସାହିତ କରିଥିଲେ। ଏହାପରେ ସନ୍ଧ୍ୟା ଅଧିବେଶନ ଶୁଭାରମ୍ଭ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯେଉଁଥି‌େ‌ର ତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଅତିଥିଙ୍କ ସହିତ ସେ ମଧ୍ୟ ପ୍ରଦୀପ ପ୍ରଜ୍ବଳନ କରି ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ। ଏହାପରେ ସେ ପଛକୁ ଯିବା ସହିତ ମଞ୍ଚରେ ହିଁ  ଟଳି ପଡ଼ିଥିଲେ। କେହି କିଛି ବୁଝିବା ପୂର୍ବରୁ ଏଭଳି ଅଘଟଣ ଘଟିଥିଲା। କ୍ୟାପିଟାଲ ହସ୍ପିଟାଲକୁ ଆୟୋଜକ ନେଇଥିଲେ, ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପ‌େ‌ର ଆୟୋଜକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଗତକାଲି ସେ ଓଡ଼ିଶା ଆସିଥିବାବେଳେ ପାନ୍ଥନିବାସରେ ରହୁଥିଲେ ବୋଲି ଆୟୋଜକ କହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories