www.samajalive.in
Sunday, December 14, 2025
16.1 C
Bhubaneswar

ନାଲିଫିତା ତଳେ ଶୀତଳପାଣି ପ୍ରସ୍ତାବିତ ଇକୋଟୁରିଜିମ୍‌‌

ହରଭଙ୍ଗା: ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ରାଜ୍ୟସରକାରଙ୍କ ପଂଚାୟତିରାଜ ଏବଂ ଜଙ୍ଗଲ ଓ ପରିବେଶ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଦାୟିତ୍ୱ ମିଳିଛି। ଶ୍ରୀ ଅମାତ୍‌‌ଙ୍କୁ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ମିଳିବାପରେ ଜିଲ୍ଲାବାସୀ ତାଙ୍କଠାରୁ ବହୁତ କିଛି ଆଶା ରଖିଛନ୍ତି। ରାଜ୍ୟ ମଧ୍ୟଭାଗରେ ଅବସ୍ଥିତ ବୌଦ୍ଧ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ ରହିଛି। ଏହାକୁ ଦୃଷ୍ଟିରେ ରଖି ଅମ୍ଳଜାନ ପର୍ଯ୍ୟଟନ(ଅକ୍ସିଟୁରିଜିମ) ପାଇଁ ଜିଲ୍ଲାରେ ୨୭ଟି ପର୍ଯ୍ୟଟନ ସ୍ଥଳକୁ ମଧ୍ୟ ସାମିଲ କରାଯାଇଛି। ଜିଲ୍ଲାର ସବୁ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ହରଭଙ୍ଗା ବ୍ଲକ ଅର୍ନ୍ତଗତ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଧିନରେ ରହିଥିବା ସାତକୋଶିଆ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ମହାନଦୀ ତଟରେ ରହିଥିବା ଏହି ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ପର୍ଯ୍ୟଟନସ୍ଥଳକୁ ବର୍ତମାନ ମଧ୍ୟ ପର୍ଯ୍ୟଟକଙ୍କ ଭିଡଲାଗୁଛି। ମାତ୍ର ଅଭୟାରଣ୍ୟ କଟକଣା ଯୋଗୁଁ ଦୀର୍ଘବର୍ଷହେଲା ପର୍ଯ୍ୟଟକଙ୍କୁ ଭୋଜିଭାତ ପାଇଁ ବାରଣ କରାଯାଇଛି। ଯାହାଫଳରେ ବୌଦ୍ଧ, ଫୁଲବାଣୀ, ସୋନପୁର ଭଳି ଜିଲ୍ଲାର ପର୍ଯ୍ୟଟକଙ୍କ ପାଇଁ ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ର ପରିଦର୍ଶନରୁ ପର୍ଯ୍ୟଟକ ବଞ୍ଚିତ ହେଉଛନ୍ତି।

ଏହାସହ ମହାନଦୀର ନୌକାବିହାରରୁ ବଞ୍ଚିତ ରହିଛନ୍ତି। ପର୍ଯ୍ୟଟକଙ୍କ ସମାଗମ ସମ୍ପୂର୍ଣ୍ଣ ବନ୍ଦ ଯୋଗୁଁ ଅଭୟାରଣ୍ୟ ମଧ୍ୟରେ ରହିଥିବା ମାରଡା, ଶୀତଳପାଣି, ନୂଆପଡ଼ା ଭଳି ଅଭୟାରଣ୍ୟ ଗାଁ ଲୋକଙ୍କ ରୋଜଗାର ପନ୍ଥାରେ ମଧ୍ୟ ଡୋରି ଲାଗିଛି। ପର୍ଯ୍ୟଟନ ଶିଳ୍ପକୁ ଦୃଷ୍ଟିରେ ରଖି କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ଶୀତଳପାଣି ଡାକବଙ୍ଗଳା ଏବଂ କେନ୍ଦୁଖୁଣ୍ଟା ଭଳି ଦୁଇଟି ସ୍ଥାନରେ ଇକୋଟୁରିଜିମ୍ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପୋଡଶୀ ଜିଲ୍ଲା ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେଥିବା ଛାମୁଣ୍ଡିଆ ରେଞ୍ଜର ବଡମୁଳ ଇକୋରିଟ୍ରିଟ୍‌‌ ଠାରୁ ଆହୁରି ଆକର୍ଷଣୀୟ ଇକୋଟୁରିଜିମ୍ ଶୀତଳପାଣିରେ କରାଯିବାକୁ ସ୍ଥିର କରାଯାଇଥିଲା। ମାତ୍ର ପରିଦର୍ଶନର ୨ବର୍ଷ ପରେ ପ୍ରସ୍ତାବିତ ଶୀତଳପାଣି ଇକୋଟୁରିଜିମ ନାଲିଫିତା ତଳେ ପଡ଼ିଥିବା ଜଣାପଡ଼ିଛି। ଶୀତଳପାଣି ଇକୋ ଟୁରିଜିମ୍ କାର୍ଯ୍ୟକ୍ଷମ ନିମନ୍ତେ ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବୀ ଉଠୁଛି।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories