www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରମିକଙ୍କ ମୃତ୍ୟୁ ଘଟଣା ; ରେଡକ୍ରସ ପାଣ୍ଠିରୁ ତହସିଲଦାରଙ୍କ ଦ୍ଵାରା ସହାୟତା ରାଶି ପ୍ରଦାନ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ କୋଳିଥି ଗାଁ ପଞ୍ଚାୟତ ଅଧିନସ୍ଥ ଦାସପୁର ଗ୍ରାମର ୬୫ ବର୍ଷିୟ ଶ୍ରମିକ ଅଙ୍କୁରା ଦାସଙ୍କ ବ୍ରହ୍ମପୁର ସିଦ୍ଧାର୍ଥ ନଗରରେ ଚାଲୁଥିବା ରାସ୍ତା କାମରେ ନିୟୋଜିତ ରହି କାମ କରୁଥିବା ବେଳେ ଟାଣ ଖରାରେ ଅଚେତ ହେବା ସହ ଚିକିତ୍ସିତ ଅବସ୍ଥାରେ ଗତ ୪ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ଜିନିଷ ତହସିଲଦାର ପ୍ରଳୟାନନ୍ଦ ଶତପଥୀ ନିଜେ ମୃତକ ଅଙ୍କୁରା ଦାସଙ୍କ ସ୍ତ୍ରୀକୁ ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ , ମୃତକ ଅଙ୍କୁରା ଦାସ ନିହାତି ଜଣେ ଗରିବ ହୋଇଥିବା ବେଳେ ଏବେ ଘରେ ବିଧବା ପତ୍ନୀ ସହ ତିନି ଝିଅ ରହିଛନ୍ତି। ଅଙ୍କୁରାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ପୁରା ଭାଙ୍ଗି ପଡିଥିବା ବେଳେ ଏବେ ପୁରା ପରିବାର ଆଗାମୀ ଦିନରେ କିପରି ଚଳିବେ ତାହା ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି। ଅନ୍ୟ ପଟେ ମୃତ ଅଙ୍କୁରାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ପଟେ ଟାଣ ଖରା ଯୋଗୁଁ ଅଙ୍କୁରାଙ୍କ ମୃତ୍ୟୁ ଘଟିଥିବାରୁ ଏହା ଅଂଶୁଘାତ ଯୋଗୁଁ ହିଁ ଘଟିଥିବା ନେଇ ମୃତକଙ୍କ ବଡ଼ ଝିଅ ଜାନକୀ ଦାସଙ୍କ ପକ୍ଷରୁ  ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏହା ମଧ୍ୟରେ କୋଳିଥି ଗାଁ ସରପଞ୍ଚ ଜଗମୋହନ ପାତ୍ରଙ୍କ ପକ୍ଷରୁ ମୁଖ୍ୟ ଶାସନସଚିବଙ୍କୁ ଅଙ୍କୁରାଙ୍କ ମୃତ୍ୟୁର ସଠିକ ତଦନ୍ତ କରିବା ସହ ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଘୋଷଣା କରି ସରକାରୀ ସହାୟତା ତୁରନ୍ତ ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories