www.samajalive.in
Saturday, December 6, 2025
23.1 C
Bhubaneswar

ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ସୂଚନା ଅନୁସାରେ, ‘ମନିଟାରି ପଲିସି କମିଟି’ ବୈଠକରେ ରେପୋ ରେଟ୍‌ ଅପରିବର୍ତ୍ତିତ ରହିଥିବା କଥା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ (ଏସ୍‌ଡିଏଫ୍‌) ରେଟ୍‌ ୬.୨୫% ରହିଥିବାବେଳେ ‘ମାର୍ଜିନାଲ୍‌ ଷ୍ଟାଣ୍ଡିଙ୍ଗ୍‌ ଫେସିଲିଟି’ ଏବଂ ବ୍ୟାଙ୍କ୍‌ ରେଟ୍‌ ୬.୭୫% ରହିଛି। ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ସମେତ ବଜାର ବ୍ୟବସ୍ଥା ଉପରେ ପଡ଼ିବ। ସୂଚନାଯୋଗ୍ୟ, ଦୀର୍ଘ ୧୮ ମାସ ପରେ ଗତ ଏପ୍ରିଲ୍‌ ମାସରେ ‘କଞ୍ଜୁମର୍‌ ପ୍ରାଇସ୍‌-ବେସ୍‌ଡ୍‌ ଇନ୍‌ଫ୍ଲାସନ୍‌’ (ସିପିଆଇ) ହ୍ରାସ ପାଇଥିବା ବେଳେ ମଙ୍ଗଳବାରରୁ ଆଜି ପର୍ୟ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ବୈଠକ ଚାଲିଥିଲା। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭାରତୀୟ ଅର୍ଥନୀତି ଓ ଆର୍ଥିକ କ୍ଷେତ୍ର ସୁଦୃଢ଼ ରହିଛି ବୋଲି ‘ଏମ୍‌ପିସି’ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଭର୍ଣ୍ଣର୍‌ ଦାସ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories