www.samajalive.in
Wednesday, December 10, 2025
16.1 C
Bhubaneswar

ଦ୍ୱିତୀୟ ପର୍ଯ୍ୟାୟ ‘ଗାଁ ଆମ୍ବ ପସରା’ ଉଦ୍‌‌ଘାଟିତ

କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲାର ପ୍ରମୁଖ ପର୍ବ ରଜ ସଂକ୍ରାନ୍ତିକୁ ଆଖି ଆଗରେ ରଖି ଜିଲା ପ୍ରଶାସନ ଆନୁକୂଲ୍ୟରେ ତଥା ଜିଲାପରିଷଦ ଓ ଓରମାସ୍‌‌ ସହଯୋଗରେ ସଦର ମହକୁମାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବୁଧବାର ପୂର୍ବାହ୍ନରେ ଦ୍ୱିତୀୟ ପର୍ଯ୍ୟାୟ ‘ଗାଁ ଆମ୍ବ ପସରା’କୁ ଜିଲାପାଳ ଆଶିଷ ଠାକରେ ଉଦ୍‌‌ଘାଟନ କରିଛନ୍ତି। ରଜ ସଂକ୍ରାନ୍ତିକୁ ଆଖି ଅଗରେ ରଖି ଜୁନ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ସପ୍ତାହେବ୍ୟାପୀ ଏହି ଗାଁ ଆମ୍ବ ପସରାର ଆୟୋଜନ କରାଯାଇଥିବା ବେଳେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉତ୍ପାଦିକା ଗୋଷ୍ଠୀ ଉତ୍ପାଦିତ ଆମ୍ବ ବିକ୍ରି କରି ବେଶ୍‌‌ ଦି’ପଇସା ରୋଜଗାରକ୍ଷମ ହୋଇପାରିବା ଏହି ମେଳାର ଉଦ୍ଦେଶ୍ୟ ବୋଲି ଜିଲାପାଳ କହିଥିଲେ। ହିମସାଗର, ଦଶେରୀ, ଲେଙ୍ଗଡା, ଆମ୍ରପଲ୍ଲୀ, ମଲ୍ଲିକା ଆଦି ବିଭିନ୍ନ କିସମର ଉନ୍ନତମାନର ଆମ୍ବ ଏହି ମେଳାରେ ଉପଲବ୍ଧ ହୋଇଥିବା ବେଳେ ସୁଲଭ ମୂଲ୍ୟରେ ଗ୍ରାହକ ଏହା କିଣିବାକୁ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କହିଛନ୍ତି। କେନ୍ଦୁଝରଗଡ଼ ପୌର ନିର୍ବାହୀ ଅଧିକାରୀ ଡା.ମଧୁସ୍ମୀତା ସାମନ୍ତରାୟ, ଓରମାସ ଯୁଗ୍ମମୁଖ୍ୟ ନିର୍ବାହୀ ଅଧିକାରୀ ସପନ ଗୋସ୍ୱାମୀ, ମିଶନ ଶକ୍ତି ଜିଲା ପ୍ରକଳ୍ପ ପରିଚାଳକ ଶିଶିର କୁମାର ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ସାବିତ୍ରୀ ବ୍ରତକୁ ଆଖି ଆଗରେ ରଖି ମେ ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ପ୍ରଥମ ପର୍ଯ୍ୟାୟ ‘ଗାଁ ଆମ୍ବ ପସରା’ ମେଳା ଆୟୋଜିତ ହୋଇଥିବା ବେଳେ ଏହି ମେଳାରେ ୪ଲକ୍ଷ ୫୭ହଜାର ଟଙ୍କା ମୂଲ୍ରର ଆମ୍ବ ବିକ୍ରୟ ହୋଇଥିଲା। ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉତ୍ପାଦିକା ଗୋଷ୍ଠୀ ମାନଙ୍କର ଉତ୍ପାଦିତ ଆମ୍ବ ବିକ୍ରୟ ନିମନ୍ତେ ଉପଯୁକ୍ତ ବଜାର ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲାପାଳ ଶ୍ରୀ ଠାକରେ ଏହି ଅବସରରେ ସୂଚନା ଦେଇ ଏହା କହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories