www.samajalive.in
Sunday, December 14, 2025
16.1 C
Bhubaneswar

୫ ବାଇକ୍ ଚୋରଙ୍କୁ କୋର୍ଟ ଚାଲାଣ, ୫ ଗାଡି ଉଦ୍ଧାର

ନର୍ଲା : ନର୍ଲା ଅଞ୍ଚଳରେ ଦିନକୁ ଦିନ ବାଇକ୍ ଚୋରି ବୃଦ୍ଧି ପାଇଥିବା ବେଳେ ବାଇକ୍ ଚୋରଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇପଡିଥିଲେ । ତେବେ ପୁଲିସକୁ ଏ କ୍ଷେତ୍ରରେ ବଡ ସଫଳତା ମିଳିଛି । ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ବରେ ପୁଲିସ ଏକ ୫ ଜଣିଆ ଡକାୟତ ଦଳକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ ଗତ ୫ ତାରିଖରେ ଭବାନୀପାଟଣା ବ୍ଲକ ସିନାଙ୍ଗଭଟ୍ଟା ଗ୍ରାମର ନରେଶ ଜାଲ ନିଜର ଆପାଚି ୧୬୦ ବାଇକ୍  ଲାଞ୍ଜିଗଡ ରୋଡରୁ ଚୋରି ହୋଇଥିବା ନେଇ ଥାନାରେ ଏତାଲା ହୋଇଥିଲା । ପୁଲିସ ଏହାର ତଦନ୍ତ କରିବା ସମୟରେ ଜାଣିବାକୁ ପାଇଥିଲା ଯେ,ଉକ୍ତ ବାଇକକୁ କେସିଙ୍ଗା ଥାନା ଅଧିନସ୍ଥ କୁଟେନ୍ ଗ୍ରାମର ରୋମାଞ୍ଚଳ ସାହୁ ଚଢି ବୁଲୁଥିଲା। ଏହାପରେ ପୁଲିସ ରୋମାଞ୍ଚଳ ପାଖରେ ପହଞ୍ଚିବା ପରେ ଜଣକ ପରେ ଜଣକୁ ଏମିତି ୫ ଜଣଙ୍କୁ ଘରୁ ଉଠାଇ ଆଣିଥିଲା । ୫ ଜଣ ହେଲେ ରୋମାଞ୍ଚଳ ସାହୁ (୨୫) କୁଟେନ୍ କେସିଙ୍ଗା, ଲିଙ୍ଗରାଜ ସୁନା (୨୧) ଦୁର୍ଗା ମଣ୍ଡପ ପଡା କେସିଙ୍ଗା,ଦୀପୁ ନାଏକ (୧୯) ଗୌରୀଶଙ୍କର ମନ୍ଦିର ପଡା କେସିଙ୍ଗା, ଅଭି ବାଗ୍ (୨୧) କୁର୍ଲୁପଡା କେସିଙ୍ଗା, ପିତାମ୍ବର ମେହେର (୩୨) ରୁପ୍ରା । ରୋମାଞ୍ଚଳ, ଦୀପୁ, ଲିଙ୍ଗରାଜ, ଅଭି ଏହି ୪ ଜଣ ବୃତ୍ତିଗତ ଚୋର ବୋଲି ପୁଲିସ ପାଖରେ ସୂଚନା ରହିଛି । ତେବେ ପିତାମ୍ବର ଓରଫ ବବଲୁ ସମସ୍ତ ଚୋରି ବାଇକ ରଖୁଥିଲା । କେସିଙ୍ଗାର ଇଶ୍ବର ସୁନା ନାମକ ଜଣେ ଅଭିଯୁକ୍ତ ଏ ସମସ୍ତ ବାଇକକୁ ଅନ୍ୟତ୍ର ପାର୍ କରୁଥିଲା ଯାହାକୁ କେସିଙ୍ଗା ପୁଲିସ ମଧ୍ୟ ଗିରଫ କରିଛି । ରୁପ୍ରାରୋଡରୁ ଜନୈକ ବୃଦ୍ଧଙ୍କୁ ଠେଲି ଟଙ୍କା ନେଇ ପଳେଇବା, ରୁପ୍ରାରୁ ଡିକି ଭାଙ୍ଗି ଟଙ୍କା ନେବା, ଭାନପୁର ବାଲିପଡାରୁ ବାଇକ ଚୋରି, ତୁଳାପଡାରୁ ବାଇକ୍ ଚୋରି ସମେତ ନର୍ଲାରେ ୩୩ଟି ମାମଲାରେ ସଂପୃକ୍ତ ଥିବା ଲିଙ୍ଗରାଜ ଓ ରୋମାଞ୍ଚଳ ସ୍ବୀକାର କରିଛନ୍ତି ବୋଲି ପୁଲିସ ସୂଚନା ଦେଇଛି । ପୁଲିସ ୫ ବାଇକକୁ ମଧ୍ୟ ଜବତ କରିଛି । ୫ ଜଣ ଚୋରଙ୍କୁ ଗିରଫ କରି ପୁଲିସ ଆଜି ଅପରାହ୍ନରେ ମଦନପୁର ରାମପୁର କୋର୍ଟକୁ ଚାଲାଣ କରିଛି । ତେବେ ଚୋର ମାନଙ୍କୁ ନେଇ ଆଗକୁ ଆହୁରି ତଦନ୍ତ ଥିବାରୁ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବଶ୍ୟକ ଆବେଦନ କରା ଯିବ ବୋଲି ଆଇଆଇସି ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories