www.samajalive.in
Sunday, December 14, 2025
26.1 C
Bhubaneswar

୪୧ ବର୍ଷ ବୟସରେ ୧୬,୦୦୦ ହାର୍ଟ ସର୍ଜରୀ କରିଥିବା ଡାକ୍ତରଙ୍କର ହାର୍ଟଆଟାକ୍‌ରେ ମୃତ୍ୟୁ

ନୂଆଦିଲ୍ଲୀ – ହୃଦରୋଗ ବିଶେଷଜ୍ଞ ଡାକ୍ତରଙ୍କର ହୃଦଘାତରେ ମୃତ୍ୟୁ । ଗୁଜୁରାଟ ଜାମନଗରର ଡାକ୍ତର ଗୌରବ ଗାନ୍ଧୀ ଜଣେ ଜଣାଶୁଣା ହୃଦରୋଗ ବିଶେଷଜ୍ଞ । ସେ ପ୍ରତିଦିନ ୫ରୁ ଅଧିକ ଛୋଟ ବଡ ଅସ୍ତ୍ରୋପଚାର କରିଥାଆନ୍ତି । ୪୧ ବର୍ଷ ବୟସରେ ସେ ବେଶ୍‌ ଲୋକପ୍ରିୟ ହୋଇଯାଇଥିଲ । ତାଙ୍କ ଡାକ୍ତରୀ ଜୀବନରେ ୧୬,୦୦୦ରୁ ଅଧିକ ଲୋକଙ୍କର ଅସ୍ତ୍ରୋପଚାର କରିଛନ୍ତି ।  ମଙ୍ଗଳବାରରେ ହୃଦଘାତରେ ଡାକ୍ତର ଗୌରବ ଗାନ୍ଧୀଙ୍କର ମୃତ୍ୟୁ ହୋଇଛି ।

ସୋମବାର ରାତିରେ ସେ ରୋଗୀମାନଙ୍କୁ ଦେଖିବା ପରେ ଜାମନଗରରେ ଥିବା ଘରକୁ ଫେରିଥିଲେ । ରାତିରେ ସେ ଖାଇପିଇ ଆରାମରେ ଶୋଇବା ପାଇଁ ଯାଇଥିଲେ । ତାଙ୍କ ନିକଟରେ ହୃଦରୋଗର କୌଣସି ଲକ୍ଷଣ ନଥିଲା । ମାତ୍ର ମଙ୍ଗଳବାର ସକାଳ ୬ଟାରେ ପରିବାର ଲୋକ ତାଙ୍କୁ ନିଦରୁ ଉଠାଇଥିଲେ । ତାଙ୍କର ଚେତା ନଥିବା କଥା ଜାଣିବା ପରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

- Advertisement -

ଡାକ୍ତରଖାନାରେ ପହଞ୍ଚିବା ମାତ୍ରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ମାତ୍ର କିଛି ସମୟଭିତରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦରୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଜଣା ପଡିଥିଲା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories