www.samajalive.in
Sunday, December 14, 2025
26.1 C
Bhubaneswar

କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ପରିଦର୍ଶନ କଲେ ଅମୃତ ଯୋଜନା ପୋଖରୀ

ଗୁରୁଡ଼ିଝାଟିଆ: କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଅମୃତ ଯୋଜନାରେ ଖନନ କରାଯାଇଥିବା ପୋଖରୀ ପରିଦର୍ଶନ କରିଛନ୍ତି। କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ କୁମାରପୁର ପଞ୍ଚାୟତର କଣ୍ଟାଣିଆ ନିକଟରେ ଥିବା ପୁଷ୍କରିଣୀକୁ ବୁଲି ଦେଖିଥିଲେ। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ନିର୍ମିତ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ଲକ୍ଷ ୯୮ ହଜାର ୧୧୪ଟଙ୍କା ବ୍ୟୟ ହୋଇଛି ଓ ବାକି ଅର୍ଥ ବିନିଯୋଗ କରାଯିବ। ଅନୁଧ୍ୟାନକାରୀ ଦଳର ମୁଖ୍ୟ ଆଶିଷ ସିନ୍ଧେଙ୍କ ସହିତ ଜିଲ୍ଲା ପରିଷଦ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସଂଯୋଜକ ମାନସ ମଙ୍ଗୁଆଳ, ଜିଲ୍ଲା ପରିଷଦ ଅଧିକାରୀ ସୂର୍ଯ୍ୟସ୍ନାତା ନାୟକ, ଆଠଗଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ଖାଡଙ୍ଗା, ଯନ୍ତ୍ରୀ ଉପେନ୍ଦ୍ର ନାୟକ, ମାୟାଧର ବେହେରା, ଆଠଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ସ୍ଥାନୀୟ ସରପଞ୍ଚ, ଜିଆରଏସ ପ୍ରମୁଖ ଉପସ୍ଥିତ ରହିଥିଲେ। ମା ଡମଣୀ ସ୍ୱୟଂ ସହାୟକ ଗୋଷ୍ଠୀ ପୁଷ୍କରିଣୀ କାର୍ଯ୍ୟ ସଂପାଦନ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories