ବୌଦ୍ଧ: ବୌଦ୍ଧ ପୁଲିସ ଚଢାଉ କରି ୨୦ କେଜି ୫୦୦ ଗ୍ରାମ ଗଂଜେଇ ସହ ଏକ ବାଇକ ଜବତ କରିଥିବା ବେଳେ ଦୁଇ ଜଣକୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧ ଗ୍ରାମର ରଂଜନ ବାଘ (୩୪) ଓ ରାଧାନଗର ଗ୍ରାମର ସ୍ୱାଧିନ ଦେହୁରୀ (୨୫)। ସୂଚନା ମତେ, ଏକ ବାଇକରେ ଗୁରୁଜିମୁଣ୍ଡା ପଟୁ ବୌଦ୍ଧ ଆଡକୁ ଗଂଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ପୁଲିସ ବିଶେଷ ସୂତ୍ରରୁ ଖବର ଏକ ଟିମ ବଘିଆପଡ଼ା ଫରେଷ୍ଟ ଅଫିସ ନିକଟରେ ଉକ୍ତ ବାଇକ ଉପରେ ଚଢାଉ କରି ବାଇକରେ ଥିବା ଏକ ବସ୍ତାରୁ ୨୦ କେଜି ୫୦୦ ଗ୍ରାମ ଗଂଜେଇ ସହ ବାଇକକୁ ଜବତ କରିଥିବା ବେଳେ ରଂଜନ ଓ ସ୍ୱାଧିନକୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ଦୁଇଟି ମୋବାଇଲକୁ ମଧ୍ୟ ଜବତ କରିଥିଲେ।
Popular Categories



