www.samajalive.in
Saturday, December 13, 2025
26.1 C
Bhubaneswar

ସୁନା ବ୍ୟବସାୟରେ ପ୍ରବେଶ କରିବେ ବିର୍ଲାଗ୍ରୁପ୍‌

ନୂଆଦିଲ୍ଲୀ – ଭାରତରେ ସୁନାର ଚାହିଦ ଖୁବ୍‌ ବେଶୀ । ଏଥିପାଇଁ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡ ଏହି ବ୍ୟବସାୟରେ ପ୍ରବେଶ କରିଛନ୍ତି । ସାରା ଦେଶରେ ଏମାନଙ୍କର ସୋ ରୁମ୍‌ ରହିଛି । ଏହା ସହ ସ୍ଥାନୀୟ ଅଳଙ୍କାର ବ୍ୟବସାୟୀମାନେ ମଧ୍ୟ ସୁନା ବ୍ୟବସାୟ କରୁଛନ୍ତି । ଏବେ ସୁନାଗହଣା ବ୍ୟବସାୟରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ ପ୍ରବେଶ କରିବ ।

ଆଦିତ୍ୟ ବିର୍ଲା ସୁନାଗହଣା ବ୍ୟବସାୟରେ ୫,୦୦୦ କୋଟି ଟଙ୍କା ନିବେଶ କରିବେ । ନୋଭେଲ୍‌ ଜୁଏଲ୍ସରେ ଆଦିତ୍ୟ ବିର୍ଲା ୫ହଜାର କୋଟି ଟଙ୍କା ନିବେଶ କରିବ ବୋଲି ଜଣା ପଡିଛି । ଟାଇଟନ୍‌ର ତାନିସ୍କ, କଲ୍ୟାଣ , ରିଲାଏନ୍ସ, ଜୟ ଆଲୁକାସ୍‌ ଏହି ପରି ଅନେକ ଗହଣା ବ୍ୟବସାୟ କରୁଥିବା କମ୍ପାନୀମାନଙ୍କ ସହ ଏହା ପ୍ରତିଦ୍ୱନ୍ଦୀତା କରିବ ।

- Advertisement -

ଲୋକଙ୍କୁ ଉତ୍ତମ ଗୁଣବତ୍ତାର ସୁନା ଗହଣା ସଠିକ୍‌ ମୂଲ୍ୟରେ ପ୍ରଦାନ କରିବା ପାଇଁ କମ୍ପାନୀ ଉଦ୍ୟମ କରିବ ବୋଲି ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ୍‌ ବିର୍ଲା କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories