www.samajalive.in
Saturday, December 13, 2025
26.1 C
Bhubaneswar

ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରରେ ଥିବା ହନୁମାନ ନିକଟ କମ୍ୟୁନିଟି ହଲରେ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଓ ଶଙ୍କର ଚିକିତ୍ସାଳୟ ହିଞ୍ଜିଳିକାଟୁ ମିଳିତ ଆନୁକୂଲ୍ୟରେ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଉକ୍ତ ପଞ୍ଚାୟତରେ ୧୫୫ ଜଣ ନାମ ପଞ୍ଜିକୃତ କରି ଚିକିତ୍ସା କରାଯାଇଥିବା ବେଳେ ସେଥିରୁ ୧୫ଜଣଙ୍କୁ ଚଷମା ଦେଇଥିଲେ । ଅନ୍ୟ ୭୫ ଜଣଙ୍କୁ ଆଖି ପରଳ ଚିକିତ୍ସା ପାଇଁ ହିଞ୍ଜିଳିକାଟୁରେ ଥିବା ଶଙ୍କର ଚିକିତ୍ସାଳୟରେ ମାଗଣାରେ ରହିବା ,ଖାଇବା, ଔଷଧ ବ୍ୟବସ୍ଥା ସହ ନିଜେ ରୋଗୀଙ୍କୁ ନିଜ ଗାଡ଼ିରେ ନେଇ ଚିକିତ୍ସା କରାଯିବ ବୋଲି କହିଛନ୍ତି । ଏଥିରେ ପରିଚାଳକ ନଳିନୀକାନ୍ତ ରାଉତ ,ଆଖି ଚିକିତ୍ସା ସୁକେଶ ପାଣିଗ୍ରାହୀ ,ସାଗର ପୃଷ୍ଟି ,ୱାର୍ଡ ନର୍ସ ପାଏଲ ଗୌଡ଼, ମିସ ମଧୁସ୍ମିତା, ଚକ୍ଷୁ ପରିକ୍ଷକ ମୁକେଶ ପାଣିଗ୍ରାହୀ ,ମିସ ପ୍ରଜନୀ ରହିତ ଉପସ୍ଥିତ ରହିଥିଲେ ।ଏଥିରେ ସ୍ଥାନୀୟ ସରପଞ୍ଚ ସଞ୍ଜୟ ନିସିକା ,ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନୁ ଉପସ୍ଥିତ ରହି ଅଞ୍ଚଳ ଯେମିତି ଚକ୍ଷୁ ରୋଗରୁ ମୁକ୍ତ ହେବେ ସେଥିପାଇଁ ପ୍ରତି ମାସରେ ଥରେ ଲେଖାଏଁ ଚକ୍ଷୁ ଚିକିତ୍ସା ଶିବିର କରାଯାଉ ବୋଲି କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories