www.samajalive.in
Monday, December 8, 2025
27.1 C
Bhubaneswar

ତେନ୍ତୁଳି ସେବନ କଲେ ମିଳେ ଏହି ଚମତ୍କାରୀ ଲାଭ..

ଖଟାମିଠା ସ୍ୱାଦ ପାଇଁ ଜଣାଯାଉଥିବା ତେନ୍ତୁଳିର ବ୍ୟବହାର ଅଧିକାଂଶ ସ୍ଥାନରେ ଚଟଣି, ସସ୍‌‌ ସହ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଏ। ମାତ୍ର ଖାଦ୍ୟର ସ୍ୱାଦକୁ ବଢାଇବା ସହ ଏହା ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଠାରୁ ଆରମ୍ଭ କରି ଅନେକ ସ୍ୱାସ୍ଥ୍ୟ ଲାଭକାରୀ ଗୁଣ ରହିଛି। ଜାଣନ୍ତୁ..
ତେନ୍ତୁଳିରେ ଆଣ୍ଟି-ଅକ୍ସିଡାଣ୍ଟ ଶରୀରକୁ ଭିତରୁ ଶୀତଳତା ପ୍ରଦାନ କରିଥାଏ। ଖରାଦିନେ ତେନ୍ତୁଳି ସରବତ ପିଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ। ଏହାକୁ ପିଇବା ଦ୍ୱାରା ତ୍ୱଚାରେ ବ୍ରଣ, ବିିଭିନ୍ନ ପ୍ରକାର ଦାଗ ଦୂର ହୋଇଥାଏ।
ତେନ୍ତୁଳି ଶରୀରକୁ ଭିତରୁ ସଫା ରଖିବା ସହ ଅପରିଷ୍କାର ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ। ତେନ୍ତୁଳି ସରବତ ପିଇବା ଦ୍ୱାରା ଶରୀରରେ ଜଳର ଅଭାବ ଦୂର ହୋଇଥାଏ। ଜଳର ଅଭାବ ପୂରଣ ହେଉଥିବାରୁ ଜଳୀୟଅଂଶର ମାତ୍ରା ଶରୀରରୁ ହ୍ରାସ ହୋଇନଥାଏ।
ଖରାଦିନେ ସାଧାରଣତଃ ତ୍ୱଚାରେ ବିଭିନ୍ନ କଳା ଦାଗ ଆଦି ସୃଷ୍ଟି ହୋଇଥାଏ। ତେନ୍ତୁଳିର ସେବନ ଦ୍ୱାରା ଏହା ପ୍ରାକୃତିକ ରୂପରେ ତ୍ୱଚାକୁ  ସୁନ୍ଦର ଓ ଉଜ୍ୱଳ କରିବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।
ତେନ୍ତୁଳିରେ ଭିଟାମିନ ସି, ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ହୋଇ ରହିଛି। ଏହା ତ୍ୱଚାକୁ ସୁସ୍ଥ ରଖିବା ସହ ଟ୍ୟାନିଙ୍ଗ୍‌‌ ସମସ୍ୟା ଦୂର ହୋଇଥାଏ।
ବୟସ ବୃଦ୍ଧିର ପ୍ରଭାବକୁ ମଧ୍ୟ ତ୍ୱଚାରେ ପଡିବାକୁ ଦେଇନଥାଏ।
ତେନ୍ତୁଳିରେ ଥିବା ପୋଷକ ତତ୍ତ୍ୱ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ତେନ୍ତୁଳିରେ ବିଭିନ୍ନ ପ୍ରକାରର ପ୍ରୋଟିନ ରହିଛି। ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
ତେନ୍ତୁଳି ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ ଓ ଏହା ହିମୋଗ୍ଲୋବିନର ମାତ୍ରା ବୃଦ୍ଧି କରିଥାଏ।
ତେନ୍ତୁଳି ଖାଇବା ଦ୍ୱାରା କୋଲେଷ୍ଟେରୋଲ ମାତ୍ରା ସନ୍ତୁଳିତ ହୋଇ ରହିଥାଏ। ଏହାସହ ହୃଦୟଜନିତ ରୋଗରୁ ଦୂରେଇ ରଖିଥାଏ।
ତେନ୍ତୁଳିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି। ଯାହା ଥଣ୍ଡାକାଶ ଜନିତ ସମସ୍ୟାରୁ ରକ୍ଷା କରିଥାଏ।
ତେନ୍ତୁଳିରେ ଏଭଳି କିଛି ପୋଷକ ତତ୍ତ୍ୱ ରହିଛି, ଯାହା ପାଚନତନ୍ତ୍ରକୁ ମଜଭୂତ ରଖିବାରେ ସହାୟକ ହେବା ସହ ଖାଦ୍ୟ ମଧ୍ୟ ସହଜରେ ହଜମ ହୋଇଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories