www.samajalive.in
Saturday, December 13, 2025
26.1 C
Bhubaneswar

ରେଳ ଦୁର୍ଘଟଣା ଦୁର୍ଗତଙ୍କୁ ଏନଏସଏସ ଏବଂ ଯୁବ ରେଡ୍‌କ୍ରସ ସ୍ବେଚ୍ଛାସେବୀଙ୍କ ସହାୟତା

ଭୁବନେଶ୍ୱର: ବାଲେଶ୍ୱରର ବାହାନଗାଠାରେ ସଂଘଠିତ ଭୟଙ୍କର ରେଳ ଦୁର୍ଘଟଣାରେ ଦୁର୍ଗତମାନଙ୍କୁ ସହାୟତା କରିବା ପାଇଁ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ୧୦୦୦ରୁ ଅଧିକ ଏନଏସଏସ୍ ଏବଂ ଯୁବ ରେଡ୍‌କ୍ରସ ସେ୍ୱଚ୍ଛାସେବୀମାନେ ସ୍ୱତଃସ୍ପୁର୍ତ୍ତ ଭାବରେ ଆଗେଇ ଆସିଥିଲେ। ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟଧାରା ଆରମ୍ଭ ହେବାକ୍ଷଣି ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଗେଇ ଆସି ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ସହିତ ବାଲେଶ୍ୱର, ବାହାନଗା, ସୋର, ଭଦ୍ରକ ଏବଂ କଟକଠାରେ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଦୁର୍ଗତମାନଙ୍କୁ ଖାଦ୍ୟପୁଡ଼ିଆ, ବିସ୍କୁଟ, ପାଣିବୋତଲ, ଓଆରଏସ୍‌ ପ୍ୟାକେଟ ଆଦି ବିତରଣ କରିଥିଲେ।

ଏଥିସହିତ ଛାତ୍ର ସେ୍ୱଚ୍ଛାସେବୀମାନେ ସେମାନଙ୍କର ସ୍ଥାନୀୟ ମେଡ଼ିକାଲ ସେଣ୍ଟର ଏବଂ ଆର୍‌.ଆଇ.ସି.ଏସ୍‌. ରକ୍ତ କେନ୍ଦ୍ରଠାରେ ପ୍ରାୟ ୭୦୦ ୟୁନିଟ୍‌ ରକ୍ତଦାନ କରିଥିଲେ। ଏହି ସମସ୍ତ ସେବାମୂଳକ କାର୍ଯ୍ୟରେ ଯୋଗଦେଇଥିବା ବାଲେଶ୍ୱର ଜିଲାର କେକେଏସ. ମହିଳା ମହାବିଦ୍ୟାୟ, ନୀଳମଣି ଡିଗ୍ରୀ କଲେଜ୍‌, ବାବା ପଞ୍ଚଲିଙ୍ଗେଶ୍ୱର ମହାବିଦ୍ୟାଳୟ, ୟୁଏନ କଲେଜ, ସୋର ମହିଳା ମହାବିଦ୍ୟାଳୟ, ନୀଳକଣ୍ଠେଶ୍ୱର ଡିଗ୍ରୀ କଲେଜ୍‌, ସାରସତ୍ୱ ମହାବିଦ୍ୟାଳୟ, ଅନନ୍ତପୁର, ଡ. ଜେଏନ ମହାବିଦ୍ୟାଳୟ, ବାଲିଖଣ୍ଡ ଡିଗ୍ରୀ କଲେଜ, ରେମୁଣା ଡିଗ୍ରୀ କଲେଜ, ଭଦ୍ରକ ଜିଲାର ଘଣ୍ଟେଶ୍ୱର ଡିଗ୍ରୀ କଲେଜ, ବାସୁଦେବପୁର ମହାବିଦ୍ୟାଳୟ, ପଞ୍ଚାୟତ ଡିଗ୍ରୀ କଲେଜ, କଟକ ଜିଲାର ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ, ଷ୍ଟୁଆର୍ଟ ସାଇନ୍ସ କଲେଜ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ଖୋର୍ଦ୍ଧା ଜିଲାର ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, କିଟ୍‌ ବିଶ୍ୱବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, କମଳାନେହେରୁ ମହିଳା ମହାବିଦ୍ୟାଳୟର ଏନଏସଏସ ଏବଂ ଯୁବ ରେଡ୍‌କ୍ରସ୍‌ ସ୍ବେଚ୍ଛାସେବୀମାନଙ୍କର କାର୍ଯ୍ୟକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି।

- Advertisement -

ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ସ୍ବେଚ୍ଛାସେବୀମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବାର ଦେଖାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories