www.samajalive.in
Sunday, December 14, 2025
26.1 C
Bhubaneswar

ଦେବ ଦୁର୍ଲଭ ହାତୀବେଶରେ ମହାପ୍ରଭୁ

ଡେସ୍କ : ଶ୍ରୀକ୍ଷେତ୍ର ପୁରୀରେ ସ୍ନାନବେଦୀ ଉପରୁ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦେବ ଦୁର୍ଲଭ ହାତୀବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।  ପୁରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି । ରବିବାର ଶ୍ରୀଜୀଉଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରତ୍ନସିଂହାସନ ଛାଡ଼ି ଶ୍ରୀଜୀଉଏବେ ସ୍ନାନବେଦୀରେ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି ।
ଆଜି ସକାଳୁ ପରମ୍ପରା ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା । ମଙ୍ଗଳାର୍ପଣ ଓ ଡୋରଲାଗି ଆଦି କେତେକ ନୀତି ଶେଷ ହେବାପରେ ପହଣ୍ଡି ବିଜେ କରାଯାଇଥିଲା । ସକାଳ ୮ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିଜେ ହୋଇଥିଲେ। ଦିନ ପ୍ରାୟ ସାଢେ ଗୋଟାଏ ସୁଦ୍ଧା ସ୍ନାନ ଶେଷ ହେବା ପରେ ମଇଲମ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା । ତେବେ ସ୍ନାନମଣ୍ଡପରେ ରକ୍ତଛିଟା ଯୋଗୁଁ ଠାକୁରଙ୍କର ବଡ଼ ମହାସ୍ନାନ ନୀତି କରାଯାଇଥିଲା । ଫଳରେ ଛେରାପହଁରା ନୀତିରେ ବିଳମ୍ବ ହୋଇଥିଲା। ପରେ ପାରମ୍ପରିକ ବିଧି ବ୍ୟବସ୍ଥା ଅନୁଯାୟୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଛେରାପହଁରା କାର୍ଯ୍ୟ ସମାପନ କରିଥିଲେ। ଏହାପରେ ଠାକୁରଙ୍କୁ ହାତୀବେଶରେ ସଜ୍ଜିତ କରାଯାଇଥିଲା ।
ଆଜି ପ୍ରାୟ ରାତି ସାଢ଼େ ୧୦ଟା ବେଳକୁ ଠାକୁରଙ୍କୁ ବାହୁଡ଼ା ପହଣ୍ଡିରେ ସ୍ନାନମଣ୍ଡପରୁ ଅଣସର ପିଣ୍ଡିକୁ ନିଆଯିବ। ସେଠାରେ ଶ୍ରୀଜୀଉ ୧୪ ଦିନ ଅବସ୍ଥାନ କରିବେ। ଏହି ସମୟରେ ସର୍ବସାଧାରଣ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ନାହିଁ । ଠାକୁରମାନେ ଅଣସର ଘରେ ଥିବାବେଳେ ଭକ୍ତମାନେ ବ୍ରହ୍ମଗିରି ଠାରେଥିବା ଅଲାରନାଥ ଦେବଙ୍କୁ ଦର୍ଶନ କରିଥାନ୍ତି । ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories