www.samajalive.in
Saturday, December 13, 2025
26.1 C
Bhubaneswar

ରେଳ ଦୁର୍ଘଟଣା : ପିତାମାତାଙ୍କୁ ହରାଇଥିବା ପିଲାଙ୍କ ଶିକ୍ଷା ଦାୟିତ୍ବ ନେବ ଆଦାନୀ ଗ୍ରୁପ

ଡେସ୍କ : ଓଡ଼ିଶାର ବାଲେଶ୍ବରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଘଟଣା ତାଙ୍କୁ ବ୍ୟଥିତ କରିଛି । ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ତେବେ ଏକ ବଡ଼ ନିଷ୍ପତ୍ତି କ୍ରମରେ ଏହି ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ବିଦ୍ୟାଳୟ ଶିକ୍ଷା ଦାୟିତ୍ବ ଆଦାନୀ ଗ୍ରୁପ ଗ୍ରହଣ କରିବ ବୋଲି ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଆସନ୍ତାକାଲି ପାଇଁ ଦେଶର ଭବିଷ୍ୟତ ଏହି ପିଲାମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ଆମର ସମସ୍ତଙ୍କର ମିଳିତ ଦାୟିତ୍ବ ବୋଲି ଶ୍ରୀ ଆଦାନି କହିଛନ୍ତି ।

- Advertisement -

ମୃତାହତଙ୍କ ପରିବାରକୁ ସାହାଯ୍ୟ ଓ ଶକ୍ତି ଯୋଗାଇବା ପାଇଁ ଆଦାନୀ ଗ୍ରୁପ ନିଜର କର୍ପୋରେଟ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଅଧୀନରେ ଏହି ବଡ଼ ନିଷ୍ପତ୍ତି ନେଇଛି । ଯାହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories