www.samajalive.in
Thursday, December 11, 2025
16.1 C
Bhubaneswar

ଯୁବକର କଟୁରି ଚୋଟରେ ୧ ମୃତ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାହାଙ୍ଗୁଳରେ ବାବୁଲା କାଲୁଣ୍ଡିଆ ନାମକ ଯୁବକର କଟୁରି ଚୋଟରେ ରଣଜିତ ଦେହୁରି ମୃତ୍ୟୁବରଣ କରିଛି । ଏ ନେଇ ଅଭିଯୁକ୍ତ ବାବୁଲାକୁ ପୁଲିସ ତା’ର ନିଜ ଗାଁ ଗୋବରା ପଞ୍ଚାୟତ ଖାକ୍ସାରୁ ଗିରଫ କରିଛି। ପୁଲିସର ସୁଚନା ମୁତାବକ ବାବୁଲା ରାଧାକୃଷ୍ଣପୁର ପଞ୍ଚାୟତର ଡାଳୁଆ ଠାରେ ଦିନ ମଜୁରିଆ ଭାବରେ କାମ କରୁଥିଲା। କାମ ସାରି ଦୈନିକ ମଜୁରୀ ନେଇ ନିଜର ଗାଁ ଖାକ୍ସାକୁ ଫେରୁଥିବା ବେଳେ ରାହାଙ୍ଗୂଳ ଗାଁର ରଣଜିତ ଦେହୁରି ସହ ଭେଟ ହୋଇଥିଲା। ରଣଜିତ କୌଶଳରେ ବାବୁଲାର ଟାଙ୍ଗିଆ ଓ ଫାଉଡାକୁ ନେଇଯିବା ସହ ମଜୁରି ଆଣିଥିବା କଛି ଟଙ୍କାକୁ ମଧ୍ୟ ନେଇ ପଳାଇଥିଲା। ନିରାଶ ହୋଇ ବାବୁଲା ଘରକୁ ଫେରୁଥିବା ବେଳେ ହଠାତ ରଣଜିତ ରାହାଙ୍ଗୁଳ ଗାଁ ମୁଣ୍ଡରେ ହାବୁଡରେ ପଡିଯାଇଥିଲା। ବାବୁଲା ରଣଜିତକୁ ଟାଙ୍ଗିଆ ଓ ନେଇଥିବା ମଜୁରି ଟଙ୍କା ଫେରାଇବାକୁ କହିଥିଲେ ମଧ୍ୟ ନଫେରାଇ ବାବୁଲାକୁ ମାଡ ମାରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବାବୁଲା ହାତରେ ଧରିଥିବା କଟୁରିରେ ରଣଜିତକୁ ହାଣିଦେଇଥିଲା। ଫଳରେ ତାର ମୃତ୍ୟୁ ଘଟିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories