www.samajalive.in
Saturday, December 13, 2025
26.1 C
Bhubaneswar

ବାହାନଗା ରେଳ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ

ଡେସ୍କ : ବାହାନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ନେଇ ରେଳବାଇ ବୋର୍ଡ଼ ପକ୍ଷରୁ ସୁପାରିସ କରାଯାଇଛି । ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ଼ ସୁପାରିସ କରିଥିବା ସଂପର୍କରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣା ସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଖୁବ୍‌‌ଶୀଘ୍ର ସେହି ପଥରେ ରେଳ ଚଳାଚଳ ହୋଇପାରିବ ବୋଲି ଆଶା କରାଯାଉଛି।

ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ପରିବର୍ତ୍ତନ ଯୋଗୁ ବାଲେଶ୍ୱର ବାହାନଗା ଠାରେ ଟ୍ରେନ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ସେହି ରୁଟରେ ଟ୍ରାକ ପରିବର୍ତ୍ତନ ପାଇଁ ଥିବା ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ତ୍ରୁଟିପୂର୍ଣ୍ଣ ପରିବର୍ତ୍ତନ ଯୋଗୁ ଏଭଳି ଘଟିଥିବା ପୂର୍ବରୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ।

- Advertisement -

ତେବେ ଏହି ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ରେଳ ସୁରକ୍ଷା ଆୟୋଗଙ୍କୁ ଦାୟିତ୍ବ ଦିଆଯାଇଛି। ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାସ୍ଥଳ ପରିଦର୍ଶନ କରିବା ପରେ କହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories