www.samajalive.in
Saturday, December 13, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ନେଇ ଆନ୍ଧ୍ର ସାରକାରଙ୍କ ପକ୍ଷରୁ ସହାୟତା ଘୋଷଣା.. ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା.. ଗୁରୁତରଙ୍କୁ ୫ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ନିର୍ଦେଶ..

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ.. ସ୍ନାନ ପରେ ଚାଲିଛି ଶ୍ରୀଜୀଉଙ୍କ ହାତୀ ବେଶ..

- Advertisement -

ପୁରୀ ସମୁଦ୍ରରେ ବୁଡ଼ି ନାବାଳକ ମୃତ.. ୨ ଉଦ୍ଧାର..

ସ୍ନାନ ମଣ୍ଡପରେ ରକ୍ତ ଛିଟା.. ସ୍ନାନ ମଣ୍ଡପ ଚକଡ଼ାରେ ରକ୍ତଛିଟା ଦେଖିବାକୁ ମିଳିଛି.. ସ୍ନାନ ମଣ୍ଡପରେ ରକ୍ତ ଛିଟା ଯୋଗୁ ଶ୍ରୀଜୀଉଙ୍କର ହେଲା ମହାସ୍ନାନ.. କୌଣସି ଜଣେ ସେବାୟତଙ୍କଠାରୁ ରକ୍ତଛିଟା ଲାଗିଥିବା ସୂଚନା..

ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା ନୀତି ବିଳମ୍ବ.. ମଙ୍ଗଳ ଆଳତି ବେଳେ ବିଶୃଙ୍ଖଳା.. ଦେବୀ ସୁଭଦ୍ରାଙ୍କ ଆଗରୁ ଉଠିଲେନି ଦଇତାପତି..

ଶ୍ରୀଜୀଉଙ୍କ ସ୍ନାନ ବେଳେ ବଳଭଦ୍ର ଏବଂ ଜଗନ୍ନାଥଙ୍କ ପଛ ପାର୍ଶ୍ଵ ବାଡ଼ରେ ଚଢ଼ିଗଲେ ସେବକ..

ଶ୍ରୀମନ୍ଦିର ଭିତରେ ପଡ଼ିଯାଇ ଜଣେ ଭକ୍ତଙ୍କ ମୃତ୍ୟୁ.. ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର..

ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେର ଶାସନ ଥାନା ଅନ୍ତର୍ଗତ ପ୍ରଧାନପାଲି ନିକଟସ୍ଥ ଏଲ ଆଣ୍ଡ ଟି ଟୋଲ୍ ପ୍ଲାଜା ନିକଟରେ ସଡ଼କ ଦୁର୍ଘଟଣା.. ୩ ମୃତ, ୫ ଗୁରୁତର..

ବୁଧବାର ସୁଦ୍ଧା ରେଳ ଚଳାଚଳ ସ୍ୱାଭାବିକ ହେବ, ଆଜି ସୁଦ୍ଧା ଗୋଟିଏ ଟ୍ରାକ୍ ପ୍ରସ୍ତୁତ ହୋଇଯିବ – ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ..

ଦୁର୍ଘଟଣାର କାରଣ ଜଣାପଡିଛି, ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ – ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ..

ବାହାନଗା ରେଳ ଦୁର୍ଘଟଣା.. ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା..

ଭୁବନେଶ୍ୱରରେ ପହଞ୍ଚି ଏମ୍ସକୁ ଯାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହ ଡାକ୍ତରଙ୍କ ସହ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡବ୍ୟ..

ଭୁବନେଶ୍ୱର ଅଣାଗଲା ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇ ପାରିନଥିବା ୧୬୦ଟି ମୃତଦେହ.. ଏମ୍ସ ସମେତ ବିଭିନ୍ନ ଡାକ୍ତରଖାନାର ଶବ ସଂରକ୍ଷଣ ଗୃହରେ ରଖାଗଲା ମୃତଦେହ.. ୪ ଦିନ ମଧ୍ୟରେ ଚିହ୍ନଟ ନ ହୋଇ ପାରିଲେ ନିୟମାନୁଯାୟୀ ହେବ ଶବଦାହ..

ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ସହାୟତା ପାଇଁ ବିଏମସି ଜାରି କଲା ହେଲ୍ପଲାଇନ ନମ୍ବର ୧୯୨୯..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories