www.samajalive.in
Saturday, December 13, 2025
26.1 C
Bhubaneswar

ରେଳବାଇ ପକ୍ଷରୁ ଦିଆଗଲାଣି ୩.୨୨କୋଟି ଟଙ୍କାର ସହାୟତା ରାଶି

ଡେସ୍କ : ବାଲେଶ୍ବରର ବହାନଗା ଭୟଙ୍କର ରେଳ ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଘୋଷଣା କରାଯାଇଥିବା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ଆରମ୍ଭ ହୋଇଛି । ରବିବାର ଅପରାହ୍ଣ ସୁଦ୍ଧା ୩.୨୨କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ଜଣାଯାଇଛି । ୧୧ ଜଣ ମୃତଙ୍କ ନିକଟ ସଂପର୍କୀୟ, ୫୦ ଜଣ ଗୁରୁତର ଏବଂ ୨୨୪ ଜଣ ଆହତ (ମୋଟ ୨୮୫ ଜଣ)ଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।

ଭାରତୀୟ ରେଳବାଇ ପକ୍ଷରୁ ସୋର,ଖଡଗପୁର, ବାଲେଶ୍ବର, ଖନ୍ତାପଡା, ଭଦ୍ରକ, କଟକଓ ଭୁବନେଶ୍ବର ଆଦି ୭ଟି ସ୍ଥାନରେ ସହାୟତା ରାଶି ପ୍ରଦାନ କରାଯାଉଥିବା ସୂଚନା ଦିଆଯାଇଛି।

- Advertisement -

ସୂଚନା ଯୋଗ୍ୟ  କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତାହତଙ୍କ ପ୍ରତି ରେଳବାଇ ପକ୍ଷରୁ ସହାୟତା ଘୋଷଣା କରାଯାଇଥିଲା । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା,  ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ ନେଇ ଘୋଷଣା କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories