www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା: ୩ ମୃତ, ୫ ଗୁରୁତର

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେର ଶାସନ ଥାନା ଅନ୍ତର୍ଗତ ପ୍ରଧାନପାଲି ନିକଟସ୍ଥ ଏଲ ଆଣ୍ଡ ଟି ଟୋଲ୍ ପ୍ଲାଜା ନିକଟରେ ରବିବାର ଘଟିଛି ଏକ ସଡକ ଦୁର୍ଘଟଣା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୩ ମୃତକ ଓ ଆହତ ୪ଜଣ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନିକଟସ୍ଥ ଭମରମାଲର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଟେମ୍ପୋ ଚାଳକ ଶାସନ ଥାନା ଅନ୍ତର୍ଗତ ଝରଘାଟି ଗ୍ରାମର ବାସିନ୍ଦା ବୋଲି ପୁଲିସ ସୁତ୍ରରୁ ପ୍ରାପ୍ତ ସୂଚନାରୁ ପ୍ରକାଶ।

ସୂଚନା ଅନୁସାରେ, ଶାସନ ଥାନା ଅନ୍ତର୍ଗତ ନୁଆଁଖୁରିଗାଁରେ ଥିବା ସାଲେଶ୍ବର ରାଇସ୍ ମିଲ୍‌ରେ କାମ କରୁଥିବା କେସିଙ୍ଗା ଭମରମାଲର ଶ୍ରମିକ ପରିବାରର ୮ଜଣ ସଦସ୍ୟ ଏକ ଟେମ୍ପୋ ଭଡା କରି ନିଜ ଗାଁକୁ ଟ୍ରେନରେ ଯିବା ପାଇଁ କ୍ଷେତରାଜପୁର ରେଳଷ୍ଟେସନ ଅଭିମୁଖେ ଯାଉଥିଲେ । ତେବେ ଏଲ ଆଣ୍ଡ ଟି ଟୋଲ୍ ପ୍ଲାଜା ପାଖରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇୱାର ପଛପଟେ ଟେମ୍ପୋ ଧକ୍କା ହେବା ଫଳରେ ଟେମ୍ପୋରେ ଥିବା ୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୮ମାସର ଏକ ଶିଶୁକନ୍ୟା ଥିବା ଜଣାପଡିଛି। ଟେମ୍ପୋ ଚାଳକ ସମେତ ଅନ୍ୟ ୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଶାସନ ପୁଲିସ ଏବଂ ଟୋଲ୍ ପ୍ଲାଜା କର୍ମଚାରୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଶାସନ ଆଇଆଇସି ସୁରୁବାବୁ ଛତ୍ରିଆ କହିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories