www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରମିକଙ୍କ ପେଟରେ ଲାତ, ରାତିଅଧିଆ ମେସିନରେ ଚାଲିଛି କାମ

ହରଭଙ୍ଗା : ସରକାରଙ୍କ ସବୁପ୍ରକାର କଟକଣା ସତ୍ୱେ ମନରେଗା କାର୍ଯ୍ୟରେ ଅନିୟମିତତା ଦିନକୁ ଦିନ ବୃଦ୍ଧି ପାଉଛି। ଯାହା ଫଳରେ ଶ୍ରମଜୀବି ପରିବାର ପାଇଁ ଉଦ୍ଦିଷ୍ଟ ଏଭଳି ମହତ୍ବାକାଂକ୍ଷୀ ଯୋଜନାର ସ୍ୱାଦ ଶ୍ରମିକ ପରିବାର ଚାଖି ପାରୁନାହିଁ। ମେସିନ ସାହାଯ୍ୟରେ ରାତିଅଧିଆ ବନ୍ଧ ଖନନ କରାଯାଉଥିବାର ଆଉ ଏକ ଅଭାବନୀୟ ଚିତ୍ର ହରଭଙ୍ଗା ବ୍ଲକର ଧଳପୁର ପଂଚାୟତ ମୁଖ୍ୟାଳୟର ଦନ୍ତାମୁଣ୍ଡା ପୋଖରୀ ଖନନରେ ଦେଖିବାକୁ ମିଳିଛି। ରାତିଅଧରେ ଜେସିବି ମେସିନ ସାଙ୍ଗକୁ ଟ୍ରାକ୍ଟର ସାହାଯ୍ୟରେ ବନ୍ଧ ଖନନ କରାଯାଉଥିବାବେଳେ ଏ ସର୍ମ୍ପକରେ ମନରେଗା ପ୍ରୋଗାମ ଅଫିସର ନିକଟରେ ଖବର ଅଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାଫଳରେ ବ୍ଲକରେ ମନରେଗା ଆଇନର ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଏଥିରୁ ସ୍ପଷ୍ଟ ହେଉଛି। ଅନ୍ୟପଟେ ଶ୍ରମଜୀବି ପରିବାରଙ୍କ ଯୋଜନାକୁ ସରକାରୀ ବାବୁ ମେସିନ ମାଲିକ, ଜନପ୍ରତିନିଧି ମିଳିମିଶି ହରିଲୁଟ୍ ପାଇଁ ଚଳେଇଥିବା ମସୁଧା ଏଭଳି ଚିତ୍ରକୁ ବୟାନ କରୁଛି।

ପ୍ରକାଶ ଯେ ମନରେଗା ଯୋଜନାରେ ଶ୍ରମଜୀବି ପରିବାରକୁ ବାର୍ଷିକ ଶହେଦିନ କାର୍ଯ୍ୟ ଯୋଗାଇଦେବା ପାଇଁ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କଲେ। ମାତ୍ର ବ୍ଲକ ପ୍ରୋଗାମ ଅଫିସର ଏବଂ ସହକାରୀ ପ୍ରୋଗାମ ଅଫିସର, ଜିଆରଏସ ଏବଂ ମେସିନ ମାଲିକଙ୍କ ମଧୁଚନ୍ଦ୍ରିକାରେ ଏହି ଯୋଜନାରେ ବନ୍ଧ ଠାରୁ ଆରମ୍ଭ କରି ରାସ୍ତା ଭଳି ବିଭିନ୍ନ କାର୍ଯ୍ୟରେ ମେସିନ ଶ୍ରମିକ ସାଜିଥିବା ଦେଖିବାକୁ ମିଳିଛି। ଯାହାଦ୍ୱାର ଶ୍ରମିକଙ୍କ ପେଟରେ ମେସିନ ଲାତ ମାରୁଥିବାବେଳେ ଯୋଜନାର କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ବଡପଣ୍ଡାମାନଙ୍କ ସ୍ୱଛ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବିଶଷେକରି ବନ୍ଧ ଖନନରୁ ବାହାରୁଥିବା ମାଟିରେ ସାପ୍ତାହିକ ହାଟ ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି। ମାଛତେଲରେ ମାଛ ଭାଜିବା ନ୍ୟାୟରେ ଯୋଜନାର ହରିଲୁଟରେ ସମ୍ପୃକ୍ତଥିବା ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗକୁ କାମ ପାଇଁ ଶ୍ରମିକ ମିଳିବା କଷ୍ଟକର ହୋଇପଡିବ। ଏଣୁ ମନରେଗା ଆଇନ ଉଲ୍ଲଂଘନ କରୁଥିବା ବଡପଣ୍ଡା ମାନଙ୍କ ବିରୋଧରେ ଜିଲ୍ଲାପାଳ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ଉଠୁଛି। ସୂଚନା ଥାଉ କି ଗତ କିଛିଦିନ ତଳେ ଲୁଣିବାହାଲ ପଂଚାୟତରେ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ଘଟଣା ପଦାକୁ ଆସିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଘଟିଛି। ଯାହାଫଳରେ ଯଥା ପୂର୍ବଂ ତଥା ପରଂ ଢାଂଚାରେ ଯୋଜନା ମେସିନ ଦ୍ୱାରା ସମ୍ପାଦିତ ପାଇଁ ସାହସ ମିଳୁଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories