www.samajalive.in
Sunday, December 14, 2025
26.1 C
Bhubaneswar

ବର୍ଲିନ୍‌‌ ସ୍ୱତନ୍ତ୍ର ଅଲମ୍ପିକ୍ସ ପାଇଁ କଳ୍ପନା ଓ ସସ୍ମିତା ମନୋନୀତ

ଡେସ୍କ :  ଜର୍ମାନୀର ବର୍ଲିନ୍‌‌ ଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଅଲମ୍ପିକ୍ସରେ ଭାଗନେବା ଲାଗି ଆଠଗଠର କଳ୍ପନା ଜେନା ଓ ଭାରତୀୟ ରେଡକ୍ରସ ଓଡ଼ିଶା ଶାଖା ଦ୍ବାରା ପରିଚାଳିତ କଟକର ସ୍ବତନ୍ତ୍ର ଅନୁଷ୍ଠାନ ‘ସହାୟ’ର ପ୍ରଶିକ୍ଷିକା ସସ୍ମିତା ରାଉତରାୟ ବାସ୍କେଟବଲ କୋଚ୍ ଭାବେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଜୁନ୍‌‌ ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନ୍‌‌ ଠାରେ ସ୍ୱତନ୍ତ୍ର ଅଲମ୍ପିକ୍ସର ଗ୍ରୀଷ୍ମକାଳୀନ କ୍ରୀଡା ଅନୁଷ୍ଠିତ ହେଉଛି। ଏଥିରେ ଯୋଗଦେବା ପାଇଁ ଆସନ୍ତା ୭ ତାରିଖରୁ ଉଭୟ କଳ୍ପନା ଓ ସସ୍ମିତା ଦିଲ୍ଲୀ ଯାତ୍ରା କରିବେ। ସେଠାରେ ଶେଷ ପ୍ରସ୍ତୁତି  ଶିବିରରେ ଦୁହେଁ ଭାଗ ନେବା ପରେ ଭାରତୀୟ ଦଳ ସହ ବର୍ଲିନ୍‌‌ ଯାତ୍ରା କରିବେ ବୋଲି ‘ସହାୟ’ର ସଂପାଦିକା ମୃଣାଳିନୀ ପାଢୀ ଜଣାଇଛନ୍ତି। ।

ସୂଚନା ଯୋଗ୍ୟ କଳ୍ପନା ଜନ୍ମରୁ ମାନସିକ ଅନଗ୍ରସର ଥାଇ ମଧ୍ୟ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ଖୁଣ୍ଟକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲରେ ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ। ପରେ କଳ୍ପନା ଦୋରଡସ୍ଥିତ ଡକ୍ଟର ବ୍ରଜବିହାରୀ ମହାନ୍ତି ସ୍ମାରକୀ ମାନସିକ ଅନଗ୍ରସର ଶିକ୍ଷାକେନ୍ଦ୍ରରେ ଧନ୍ଦାମୂଳକ ଶିକ୍ଷା ଓ କ୍ରୀଡା ତାଲିମ ନେଉଛନ୍ତି। ୨୦୧୭ ମସିହାରୁ ସ୍ୱତନ୍ତ୍ର ଅଲମ୍ପିକ୍ସରେ ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିଲେ। ଝାଡଖଣ୍ଡରେ ୨୦୨୨ ମସିହାରେ ଆୟୋଜିତ ସ୍ୱତନ୍ତ୍ର ଅଲମ୍ପିକ ଭାରତର ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସେ ଯୋଗଦାନ କରିବା ପରେ ଦିଲ୍ଲୀରେ ମଧ୍ୟ ସାଇକେଲ ଚାଳନା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories